ଘର ଭିତରକୁ ମାଡ଼ି ଗଲା ଇନୋଭା କାର, ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଆଦର୍ଶ ଥାନା ରାଧାନଗର ଗାଁରେ ରାତି ଅଧରେ ଘର ଭିତରକୁ ପଶିଲା ଇନୋଭା କାର। ଘରେ ଶୋଇଥିବା ମହିଳାଙ୍କ ଉପରକୁ ମାଡ଼ିଗଲା ଇନୋଭା କାର । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ରାଧାନଗର ଗାଁର ପାଣେଶ୍ବରୀ ଧଳ ।ଇନୋଭା କାରଟି ଚାରିଛକ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କାରଟି ରାସ୍ତା ପାଶ୍ୱର୍ରେ ଥିବା ଏକ ଚାଳଛପର ଘର ଉପରପଟୁ ପଶି ଓଲଟି ପଡିଥିଲା । ଦୁର୍ଘଟଣା ରେ ଘର ମଧ୍ୟରେ ଥିବା ମହିଳା ଙ୍କ ଉପରେ ମାଡ଼ି ଯାଇଥିଲା l ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। କ୍ଷତିପୂରଣ ଦାବି ନେଇ ଉତ୍ୟକ୍ତ ଲୋକେ ଖୋର୍ଦ୍ଧା ବାଲାଙ୍ଗୀର ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଉଭୟ ପାର୍ଶ୍ୱ ରେ ଅଟକି ରହିଥିଲା ଶହ ଶହ ଗାଡ଼ି ମୋଟର ।ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିବା ସହିତ ଅଧିକ ତଦନ୍ତ ଜାରି ରଖିଛି ବୌଦ୍ଧ ପୋଲିସ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More