ଘର ଉପରକୁ ଚଢିଗଲା ଟ୍ରକ , ଅଳ୍ପକେ ବର୍ତ୍ତିଲେ ପରିବାର ସଦଶ୍ୟ

17

Get real time updates directly on you device, subscribe now.

ମୟୂରଭଞ୍ଜ (ସଂଘର୍ଷ ମିଡିଆ ) : ଲୁହାକାନୀ ୫୦ ନମ୍ବର ରାଜ୍ୟ ରାଜପଥରରୁ ହଠାତ୍ ଭାରସାମ୍ୟ ହରାଇ ଟ୍ରକ ଚଢ଼ିଗଲା ଘର ଉପରକୁ। ଘର ସହିତ ଦୁଇ ବାଇକ୍ ଚେପା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଘର ଲୋକେ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ସ୍ଥିତ ଲୁହାକାନୀ ଗ୍ରାମରେ। ଶୁକ୍ରବାର ଦିନ ୧୧ ଟା ସମୟରେ କାତରା ଅଞ୍ଚଳରୁ ଏକ OR 11B 0979 ନମ୍ବର ମାଲବାହୀ ଖାଲି ଟ୍ରକ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଲୁହାକାନୀ ସ୍ଥିତ 50ନମ୍ବର ରାଜ୍ୟ ରାଜପଥରରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସେକ ମହିବୁଲ୍ଲା ନାମକ ଘର ମୁହାଁ ହୋଇ ଘରର ଚାଳିଆ ଉପରକୁ ଚଢିଯାଇଥିଲା। ଫଳରେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ମହିବୁଲ୍ଲା ଓ ତାଙ୍କ ପୁଅର ଦୁଇଟି ବାଇକକୁ ମଧ୍ୟ ଟ୍ରକ୍ ଚାପି ଦେଇଅଛି। ଏହା ସହିତ ଘରର ଚାଳିଆ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଭାଗ୍ୟ ବଶତଃ ଡ୍ରାଇଭର ସମେତ ଘରର କୈାଣସି ଲୋକ କ୍ଷତିଗ୍ରସ୍ତ ହୋଇନାହାନ୍ତି। ଏହି ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ବହୁ ଜନ ସମାଗମ ହେବା ସହିତ ଅଳ୍ପ ବହୁତ ହୋହାଲ୍ଲା ମଧ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More