ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା କନ୍ଦରପୁର ମାଛଗାଁ ରୋଡ଼ ବସନ୍ତପୁର ଅଳକା କଲେଜ ଛକ ନିକଟରେ ଜାନକୀ ନାମକ ଘରୋଇ ଯାତ୍ରୀବାହୀ ବସକୁ ମୁହାଁମୁହିଁ ଧକ୍କାଦେଲା ହାଇୱା । 15 ଜଣରୁ ଉର୍ଦ୍ଧ୍ବ ଆହତଙ୍କ ମଧ୍ୟରୁ 9 ଜଣ ଗୁରୁତର,ସେମାନଙ୍କୁ ଜଗତସିଂହପୁର ସଦର ମୁଖ୍ୟ ଚିକିତ୍ସାଅୟରେ ଭର୍ତି କରାଯାଇଛି। ବସରେ 30ରୁ ଉର୍ଦ୍ଧ ଯାତ୍ରୀ ରହିଥିଲେ। ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା ହାଇୱା ଗାଡ଼ି ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ବସରେ କେତେଜଣ ଯାତ୍ରୀ ଥିଲେ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।