ଘରୋଇ ବିବାଦକୁ ନେଇ ଗୁଳିକାଣ୍ଡ, ୧ ମୃତ , ଅଭିଯୁକ୍ତ ଗିରଫ

19

Get real time updates directly on you device, subscribe now.

ମୟୁରଭଞ୍ଜ(ସଂଘର୍ଷ ମିଡିଆ) : -ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପାଟଶାଣୀପୁର ପଂଚାୟତର କାସିକୁଣ୍ଡଳ ଗ୍ରାମରେ ଟିଲୁ ନାୟକ ଓ ତାଙ୍କ ପୁଅ କୈଳାଶ ନାୟକ ମଧରେ କୌଣସି ଘରୋଇ ବିବାଦକୁ କେନ୍ଦ୍ର କରି ଝଗଡା ହୋଇଥିଲା । ଏଥିରେ କୈଳାସ ନାୟକ ଉତକ୍ଷିପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକରେ ଟିଲୁ ନାୟକକୁ ଗୁଳି ଚଳାଇଥିଲା । ଯାହାଫଳରେ ଟିଲୁ ନାୟକଙ୍କର ମୃତ୍ୟୁ ହୋଇଥିଲା । ଏ ବାବଦରେ ଉଦଳା ପୋଲିସ ଖବର ପାଇ ଏସଡିପିଓ ସାର୍ଥକ ରାୟଙ୍କ ନିର୍ଦ୍ଧେଶରେ ସବ ଇନ୍ସପେକଟର ସରଜ ଜେନା ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଂଚି ଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ କୈଳାଶ ଫେରାର ହୋଇ ଯାଇଥିବା ବେଳେ ଘଟଣାର 24 ଘଣ୍ଟା ନପୁରୁଣୁ ବାରିପଦା -ଡୁକୁରା ରାସ୍ତାରେ ଥିବା ଜଙ୍ଗଲରୁ କୈଳାଶକୁ ଗିରଫ କରିଥିଲା ଉଦଳା ପୋଲିସ । ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ବନ୍ଧୁକ ଜବଦ କରିବା ସହ ଶବ ବ୍ୟବଛେଦ ପାଇଁ ଉଦଳା ମେଡିକାଲକୁ ପଠାଇଥିଲେ । ଏ ସମ୍ପର୍କରେ ଆଜି ଉଦଳା ଏସଡିପିଓ ସାର୍ଥକ ରାୟ ପ୍ରେସମିଟ ରଖିଥିଲେ ଓ ଘଟଣା ସମ୍ପର୍କ ରେ ଆଲୋଚନା କରିଛନ୍ତି l ମୟୁରଭଞ୍ଜ ଉଦଳାରୁ ଅଭିଷେକ ନାୟକ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More