ଘରୋଇ ଜମିବାଡିକୁ ନେଇ ଦୁଇ ପରିବାରର ମଧ୍ୟରେ ବିବାଦ

38

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କିଶନ ନଗର ଥାନା ଅଧିନସ୍ଥ ଶିର୍ଲୋ ଗ୍ରାମର ସୟଦ ସିରାଜୁଲ ଅଲ୍ଲୀଙ୍କ ପୈତୃକ ଜମିକୁ ଅନ୍ୟ ଜଣେ ଜୋର ଜବରଦସ୍ତ ବିକ୍ରି କରିଦେବା ଓ ପରେ ଘର ନିର୍ମାଣ କରିବା ଘଟଣାକୁ ନେଇ ସିରାଜୁଲ ଅଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ବିଚାର କରି 34/C / 420 / 161 / 166A / 167 / 199 / 200 / 464 / 471 ଦଫାରେ ବେଆଇନ୍ ଜମି ବିକ୍ରି କରିଥିବା ଅଭିଯୁକ୍ତକୁ ଗିରଫ ପାଇଁ କିଶନ ନଗର ଥାନାକୁ ୱାରେଣ୍ଟ ଜାରି କରିଥିଲେ । ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛି । ପୋଲିସ ର ଏଭଳି କାର୍ଯ୍ୟକୁ ପ୍ରତିବାଦ କରି ସିରାଜୁଲ କିଶନ ନଗର ଥାନାରେ ଲିଖିତ ଅଭିଯୋଗ କରିବା ସହ JMFC କୋର୍ଟରେ ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ପରେ କୋର୍ଟ ଜମିର ସିମା ନିର୍ଧାରଣ କରିବା ସହ ପୋଲିସ ଉପସ୍ଥିତିରେ ଜମିର ସ୍ଥିତାବସ୍ଥା ସମ୍ପର୍କରେ ଜଣାଇବାକୁ ହେଲେ ତହସିଲ ପକ୍ଷରୁ କିଶନ ନଗର ଥାନାକୁ ବାରମ୍ବାର ଡିମାଣ୍ଡ ଲେଟର ଦେଇ ଥିବା ବେଳେ ପୋଲିସ ଜାଣିଶୁଣି ସରଜମିନ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ସିରାଜୁଲ ଅଲ୍ଲୀ । ଅନ୍ୟପଟେ ତହସିଲର କୌଣସି ନୋଟିସ ପୋଲିସ ପାଇ ନ ଥିବା ବେଳେ ତହସିଲର କେସ୍ ନମ୍ବର ସହ ସମସ୍ତ ତଥ୍ୟର ନକଲ ଏବେ ଆମ ପାଖରେ ହସ୍ତଗତ ହୋଇଛି । ତଥାପି ପୋଲିସ ତହସିଲର ନୋଟିସ ବା କେସ୍ ଡାଇରିକୁ ମାନିବାକୁ ରାଜି ନୁହେଁ । ଏଥି ସହ ପୋଲିସ ଧମକ ଚମକ ଦେବା ସହ ଅଶ୍ଳୀଳ ବ୍ୟବହାର କରୁଥିବା ଅଭିଯୋଗକାରି ଅଭିଯୋଗ କରିଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି କିଶନ ନଗର ଥାନା ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ପାଇଁ କସରତ ଆରମ୍ଭ କରିଛି। ସେପଟେ ପୈତୃକ ସମ୍ପତ୍ତିକୁ ଫେରାଇବା ପାଇଁ ସିରାଜୁଲ ଅଲ୍ଲୀ ଦୀର୍ଘ ଦିନ ହେବ ମାନସିକ ଅସ୍ଥିର ମଧ୍ୟରେ ଦିନ କାଟୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ପୋଲିସ କାହା ଚାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More