ଘରୋଇ ଗ୍ୟାସ ସିଲିଣ୍ଡରକୁ ବ୍ୟବସାୟ ପ୍ରତିଷ୍ଠାନରେ ବହୁଳ ବ୍ୟବହାର, ନିଦା ବିଷ୍ଣୁ ପାଲଟିଛି ଜିଲା ପ୍ରଶାସନ

81

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ବିଭାଗ ସବୁଜାଣି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଘରକୁ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡରକୁ ବହୁଳ ମାତ୍ରାରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳିଛି। ସହରର ଚାହା ଦୋକାନ, ଟିଫିନ ଦୋକାନ, ଷ୍ଟଲ, ହୋଟେଲ,ରେଷ୍ଟୋରେଣ୍ଟ, ଫାଷ୍ଟ ଫୁଡ଼ ଭଳି ବିଭିନ୍ନ ସ୍ଥାନରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି।କୋମରସିଆଲ ସିଲିଣ୍ଡର ବ୍ୟବହାର କରିବା କଥା କିନ୍ତୁ ତାହା ବ୍ୟବହାର ହେଉ ନଥିବା ଅଭିଯୋଗ ହେଉଛି।ଏମାନଙ୍କୁ ସହଯୋଗ କରୁଛନ୍ତି ଗ୍ୟାସ ବିତରଣ କେନ୍ଦ୍ର ବୋଲି ଅଭିଯୋଗ ହେଉଛି।ମାତ୍ର ବିଭାଗ ସବୁ ଜାଣି ଚୁପ ବସିଛି।କମରର୍ସିଆଲ ସିଲିଣ୍ଡର ବ୍ୟବହାର ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି।ପ୍ରକାଶ ଥାଉକି ସହରର ପ୍ରତ୍ୟେକ ହୋଟେଲରେ ବଡ଼ ସିଲିଣ୍ଡର ଥାଏ କିନ୍ତୁ ତାହା ବ୍ୟବହାର ହୋଇ ନ ଥାଏ।କାଳେ ଯାଞ୍ଚ ହେଲେ ପାଖରେ ସିଲିଣ୍ଡର ଟିକୁ ଅଧିକାରୀ ଙ୍କୁ ଦେଖିବାକୁ ରଖଥାନ୍ତି ବୋଲି ଅଭିଯୋଗ ହେବା ସହ ବିଭାଗ ଦୀର୍ଘ ଦିନ ହେଲା ଯାଞ୍ଚ ନ କରିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବାର ଅଭିଯୋଗ ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More