ଘଣ୍ଟାପଡ଼ା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ

17

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ଅଧିନ ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ଵରେ ଘଣ୍ଟାପଡ଼ା ମୂଖ୍ୟ ରାସ୍ତାରେ ଘଣ୍ଟାପଡ଼ା ପୋଲିସ ପକ୍ଷରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ଦୁଇ ଚକିଆ ଯାନଠୁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରିଥିଲେ ଏବଂ ୨ଚକିଆ ଯାନର ଚାଳକଙ୍କ ହେଲମେଟ ସହ ସମସ୍ତ ଯାନର ଫିଟନେସ, ସିଟବେଲ୍ଟ ପରିଧାନ, ଟ୍ରାଫିକ ନିୟମ, ଦୃତ ଚାଳନା ନକରିବା, ମଦ ପିଇ ଗାଡି ନଚଳାଇବା ଉପରେ ସଚେତନ କରାଇଥିଲେ। ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତାହେଲେ ଆର୍ଥିକ ଦଣ୍ଡ ସହ ଜେଲ ଯିବାକୁ ମଧ୍ୟ ପଡ଼ିବା ନେଇ ସଚେତନ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ଏସଆଇ ବିଶ୍ୱନାଥ ଲୋଇ , ଏଏସ୍ଆଇ ପ୍ରଦିପ ବେହେରାଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More