ଘଣ୍ଟାପଡ଼ା-ପୋଡ଼ାପଦରରେ ଲାଗିଲା ୨୫୦ କେଭିଏ ଟ୍ରାନ୍ସଫରମର , ଉଦଘାଟନ କଲେ ବିଧାୟକ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଲୋ-ଭୋଲଟେଜ ବିଜୁଳିର ସମସ୍ୟାର ଆବଶ୍ୟକତାକୁ ଉପଲବ୍ଧି କରି ସମାଜସେବୀ ସୁଶାନ୍ତ ମାଝୀ ଓ ବଣିକ ସଂଘର ସଭାପତି ଅଶୋକ ସାହୁଙ୍କ ଅନୁରୋଧ କ୍ରମେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀମହୀଧର ରଣାଙ୍କ ହସ୍ତକ୍ଷେପ ଫଳରେ ଆଜି ଘଣ୍ଟାପଡ଼ା-ପୋଡ଼ାପଦରରେ ଲାଗିଲା ୨୫୦ କେ.ଭିଏରଉଚ୍ଚ କ୍ଷମତା ଟ୍ରାନ୍ସଫରମର । ଶନିବାର ବିଭାଗୀୟ ଟିପିଏସଓଡିଏଲ ବୌଦ୍ଧ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଟ୍ରାନ୍ସଫରମରଟିକୁ ଲଗାଯିବା ପରେ ପୂଜାର୍ଚ୍ଚନା କରି ଉଦଘାଟନ କଲେ ବିଧାୟକ ଶ୍ରୀମହୀଧର ରଣା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ତରଫରୁ ଟିପିଏସଓଡିଏଲର ପ୍ରକଳ୍ପ ଅଧିକାରୀ ଇଂ.ଧନଞ୍ଜୟ ବୋଡ୍ଡୁ, ପ୍ରକଳ୍ପ ପରିଚାଳକ ଇଂ.ଦୀପକ ସାହୁ, ଇଂ. ବିଶାଳ କୁମାର ମିଶ୍ର, ଲାଇନ ମେନ ପ୍ରଦୀପ କୁମାର ସାହୁ, ଜୋନାଲ ସୁପରଭାଇଜର ବିକ୍ରମ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More