କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ର ପଳଶିଂଙ୍ଗା ଗ୍ରାମରେ ଘଡ଼ଘଡ଼ିରେ ୪ଟି ନଡ଼ିଆ ଗଛ ଜଳିଜାଇଛି । ତେବେ ସେଠିକାର ସରପଞ୍ଚ ଙ୍କ ସ୍ଵାମୀ ଅଜିତ ମହାପାତ୍ର ସଙ୍ଗେ ସଙ୍ଗେ ସେ ଠାରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଫୋନ୍ କରି ଡାକିଥିଲେ । ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଗଛରେ ଲାଗିଥିବା ନିଆଁ କୁ ଲିଭାଇଥିଲେ । କିନ୍ତୁ ଏଠି ସ୍ଥାନୀୟ ଲୋକମାନେ ଘଡ଼ଘଡ଼ିର ପ୍ରଖର ଆବାଜରେ ଡରିଜାଇ ଥିଲେ । ପରେ ଅଗ୍ନିଶମ କର୍ମଚାରୀ ମାନେ ସେମାନଙ୍କୁ ସାନ୍ତ୍ଵନା ଦେଇଥିଲେ ।