ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଜଳିଗଲା ଘର

13

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ୧୧ନମ୍ବର ୱାର୍ଡରେ ଗ୍ୟାସ ଲିକ ହେଇ ଅଗ୍ନିକାଣ୍ଡ ଘଟି ଜଳିଗଲା ଘର । ଏହି ଅଗ୍ନିକାଣ୍ଡ ରେ ରତ୍ନାକର ନାୟକଙ୍କ ରୋଷେଇ ଘର ଜଳିଯାଇଛି । ସକାଳେ ପରିବାର ଲୋକ ରୋଷେଇ କରିବା ପାଇଁ ଗ୍ୟାସରେ ଅଗ୍ନି ସଂଯୋଗ କରିବା ପରେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ସଂଗେ ସଂଗେ ନିଆଁ ଉପରକୁ ଉଠି ଘରକୁ ବ୍ୟାପି ଯାଇଥିଲା । ପରିବାର ଲୋକ ପ୍ରାଣ ବିକଳରେ ବାହାରକୁ ଦଉଡି ପଳାଇ ଆସିଥିଲେ । ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଂଚି ବାବେଳକୁ ସବୁ ପୋଡି ଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More