ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାର ଉପକଣ୍ଠରେ ଥିବା ବେଲପୋଖରି ଗ୍ରାମରେ ସୋମନାଥ ପଲାଉରିଙ୍କ ଗୃହରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟି ପରିବାରର ପୁଅ, ବୋହୁ ଓ ପତ୍ନୀ ଆହତ ହୋଇଥିଲେ।ତେବେ ଚିକିତ୍ସା ଅବସ୍ଥାରେ ସୋମନାଥ ଙ୍କ ଧର୍ମପତ୍ନିଙ୍କର ଡାକ୍ତରଖାନାରେ ଦେହାନ୍ତ ହୋଇଥିବା ବେଳେ, ତାଙ୍କ ପୁତ୍ର ସୁଜିତ ପଲାଉରି ଓ ମାମିନା ନାୟକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଦୁଃଖଦ ଖବର ପାଇ ବରିଷ୍ଠ ଅଧ୍ୟାପକ ତଥା ସମାଜସେବୀ ପ୍ରଦୀପ ଶତପଥୀ ଦୁର୍ଘଟଣା ର ଶିକାର ହୋଇଥିବା ପରିବାରକୁ ସହାୟତା କରିବାକୁ ଆଗେଇଆସିଥିଲେ।ତେବେ ଅଧ୍ୟାପକ ପ୍ରଦୀପ ଶତପଥୀ ଓ ଓଡିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ତଥା ଦରିଦ୍ର ସାଥି ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସଙ୍କ ସାଥିରେ ଯାଇ ଆହତ ପରିବାରକୁ ୩୦୦୦/- ଟଙ୍କାର ଆର୍ଥିକ ସାହାଯ୍ୟ କରିଥିଲେ।ସମାଜସେବୀ ଙ୍କ ଏଭଳି ସହାୟତା କୁ ସାଧାରଣରେ ପ୍ରଶଂସା କରାଯାଇଛି।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।