ରାଉରକେଲା ( ସଂଘର୍ଷ ମିଡିଆ ) : ଗ୍ୟାସ୍ ଟାଙ୍କି ଫାଟି ଉଜୁଡି ଗଲା ସୁଖର ସଂସାର । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ବାପପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ହୋଇ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ରାଉରକେଲା ସହରର ସେକ୍ଟର ୭ ଅନ୍ତର୍ଗତ କବି ସମ୍ରାଟ ପାଲି ଅଞ୍ଚଳରେ ଘଟିଛି ।