ଗ୍ଲାମ ଅପର ବିଜେତା ହେଲେ ଅଧ୍ୟାପିକା ସସ୍ମିତା ଜେନା

19

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଭଞ୍ଜଭବନ ଠାରେ ଆୟୋଜିତ ଗ୍ଲାମ୍ ଅପ ପ୍ରତିଯୋଗିତାରେ ଅଧ୍ୟାପିକା ସସ୍ମିତା ଜେନା ବିଜୟୀ ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ନିଜର ବୁଦ୍ଧି, ସୌନ୍ଦର୍ଯ୍ୟ, ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ରଖି ଅଧ୍ୟାପିକା ଜେନା ବିଜୟୀ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଜେନା ଙ୍କୁ ଗିଫ୍ଟ ଭାଉଚର ସହ ଚମ୍ପିୟାନ ମୁକୁଟ ପିନ୍ଧାଇଥିଲେ। ବିଜୟିନୀ ହେବା ପରେ ଶ୍ରୀମତୀ ଜେନା ଅନୁଷ୍ଠାନ ଓ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More