ଗ୍ରୀଷ୍ମ ପ୍ରବାହକୁ ବେଖାତିର କଲେ ଇଟାଭାଟି ମାଲିକ

215

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରିଙ୍କ ଅଧକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିଦ୍ଧେଶ ଦେଇଛନ୍ତି। କିନ୍ତୁ ଅପର ପକ୍ଷରେ ଗ୍ରୀଷ୍ମ ପ୍ରବାହ ବଢିବା ପାଇଁ ଇଟାଭାଟି ମାଲିକ ଚୋରାରେ ଜିଲ୍ଲାରେ ଅନେକ ଜାଗାରେ ଦେଖିବାକୁ ମିଳୁଛି । ଏହି ପଣିଚାଞ୍ଚ ନାଲିଇଟା ଏହି ଇଟା ତିଆରି କରିବା ପାଇଁ ଆରଆଇ ମାନଙ୍କୁ ହାତକରି ମୋଟା ଅଙ୍କର ଦେଇ ଇଟାଭାଟି ମାଲିକ ମାନେ ବର୍ଷ ବର୍ଷ ଧରି ବେପାର ଚଳାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ଠାରୁ ଏକକିମି ଭିତରେ କାଳିଆବୋରା ସେଠାରେ ବର୍ଷ ବର୍ଷ ଧରି ଏହି ଇଟା ବେପାର ଚାଲିଛି ସେ ପୁଣି ଆରଆଇଙ୍କ କରକମଳରେ । ସରକାର ଙ୍କର ତରଫରୁ ଏହି ପାଣିଚାଞ୍ଚ ଇଟା ବନ୍ଦ ଆଦେଶ ଥିଲେ ମଧ୍ୟ ଏହି ଇଟା କିପରି ହେଉଛି। ଏହି ଇଟାଭାଟି ଲାଗିଲେ ଉତ୍ତାପ ଦାଉରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ଷ ବର୍ଷ ଧରି କିଛି ଜାଗାରେ ଏହି ଇଟା ବେପାର ଉଦେଶ୍ୟରେ ତିଆରି କରାଯାଇଛି। ଯଥା କାଳିଆବୋରା, ଗଉଡ଼ୁଣୀପଡିଆ, ନାଉଗାଁ, ବାଲିକୁଦା, ନୂଆପୋଲ, ବିରିଡି ପ୍ରମୁଖ ଜାଗାରେ ଏହି ଇଟାଭାଟି ଲାଗିବା ଦ୍ଵାରା ଲୋକ ମାନେ ଘରେ ରହିପାରୁନାହାନ୍ତି। ଏପଟେ ରୁଦ୍ର ତାପରୁ ଗରମ ପବନ ବହିବା ସାଙ୍ଗେ ସାଙ୍ଗେ ଏହି ଇଟାଭାଟି ଲାଗିବ ଦ୍ଵାରା ଭିଷଣ ଉତ୍ତାପ ରେ ଲୋକମାନେ ଅସ୍ତବ୍ୟସ୍ତ ହେବା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରଆଇ ମାନେ ମାସିକ ଟଙ୍କା ନେଇ ଏଇ ଇଟାଭାଟି ମାଲିକ ମାନଙ୍କୁ ପ୍ରଶୟ ଦେଉଛନ୍ତି। ଜନସାଧାରଣ ରେ ଦାବି ଜିଲ୍ଲା ପ୍ରଶାସନ ଏହି ଇଟା ଭାଟି ଗୁଡିକୁ ବନ୍ଦ କରିବା ନିହାତି ଦରକାର ବୋଲି କହିଛନ୍ତି। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More