ଗ୍ରୀଷ୍ମରେ ବଢୁଛି ମାଟିହାଣ୍ଡିର ଚାହିଦା

28

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମର କୁମ୍ଭକାରମାନେ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟ ମାନଙ୍କରେ ବିଭିନ୍ନ ପ୍ରକାର ମାଟି ତିଆରି ସାମଗ୍ରୀ ସବୁ ଆଣି ପସରା ମେଲାଇ ବସୁଛନ୍ତି | ଖରା ଦିନରେ ଅସହ୍ୟ ଗରମକୁ ଲକ୍ଷ କରି ମାଟି ହାଣ୍ଡି ସବୁ ବହୁଳ ମାତ୍ରାରେ କିଣୁଥିବା ଦେଖିବାକୁ ମିଳୁଛି |ବିଶେଷ କରି ଖରା ଦିନରେ ପାଣିକୁ ଥଣ୍ଡା ରଖିବା ପାଇଁ ମାଟି ହାଣ୍ଡି ଓ ମାଟି ସୁରେଇର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି |ପରିବେଶ ଅନୁକୂଳ ମାଟି ପାତ୍ର ଶରୀର ପାଇଁ ମଧ୍ୟ ବେଶ ଉପକାରୀ ଅଟେ |କୌଣସି ରାସାୟନିକ ଦ୍ରବ୍ୟର ମିଶ୍ରଣ ନକରି ପ୍ରାକୃତିକ ଉପାୟରେ ଏସବୁ ତିଆରି କରାଯାଉଥିବାରୁ ଶରୀରକୁ ନିରୋଗ ରଖିଥାଏ |ଅନ୍ୟ ପକ୍ଷରେ ସମୟ ବଦଳିବା ସହିତ ଏହି ଧାରା ମଧ୍ୟ ବଦଳି ଯାଇଛି |ଖରାଦିନ ଚାଲିଗଲେ ଲୋକେ ମାଟି ପାତ୍ର ଠାରୁ ମୁହଁ ଫେରେଇ ନିଅନ୍ତି |ଫଳରେ ଦୈନିକ ଏହି କୁମ୍ଭକାର ମାନଙ୍କ ଦୈନିକ ବୃତ୍ତି ସଙ୍କଟର ସମ୍ମୁଖୀନ ହେଉଛି |କୁଳ ବେଉସାକୁ ବଞ୍ଚେଇ ହେଉନି |ବର୍ତ୍ତମାନର ଯୁବପିଢ଼ି ଏଥିରୁ ମୁହଁ ଫେରାଉଛନ୍ତି |କାରଣ ମାଟି ପାତ୍ର ର ଚାହିଦା ସବୁ ସମୟରେ ରହୁନାହିଁ |ବର୍ତ୍ତମାନ ଯେଉଁ କୁମ୍ଭକାର ମାନେ ମାଟିପାତ୍ର ସବୁ ତିଆରି କରୁଛନ୍ତି, ଏମାନଙ୍କ ପରେ ମାଟି ତିଆରି ସାମଗ୍ରୀ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହେଉଛି |ମାଟିପାତ୍ରରୁ ସ୍ୱଳ୍ପ ଆୟ ହେଉଥିବା ଯୋଗୁଁ କୁମ୍ଭକାରମାନେ ଏହି କୌଳିକ ବୃତ୍ତିକୁ ଛାଡିବାକୁ ବସିଲେଣି |ତାଛଡା ଏହି ଆଧୁନିକ ଯୁଗର ସମାଜ ମାଟି ତିଆରି ସାମଗ୍ରୀରୁ ଅରୁଚି ହୋଇ ଅତ୍ୟଧିକ ପରିମାଣରେ ଷ୍ଟିଲ ଓ ଆଲୁମିନିୟମ ସାମଗ୍ରୀ ବ୍ୟବହାର କରୁଛନ୍ତି |ପୂର୍ବଭଳି ମାଟି ତିଆରି ସାମଗ୍ରୀର ଆଦର ଲୋକଙ୍କ ମଧ୍ୟରେ ନାହିଁ | ମାଟି ହାଣ୍ଡିର ପଖାଳ ଡିକିଚି ହାଣ୍ଡିର ପଖାଳ ଆକାଶ ପାତାଳ ତଫାତ୍,ମାଟି ହାଣ୍ଡିର ମାଂସ ତରକାରୀ ସବୁଠାରୁ ସର୍ବୋତ୍ତମ lକେବଳ ଗ୍ରୀଷ୍ମଋତୁରେ ହିଁ ମାଟି ସୁରେଇ ଓ ହାଣ୍ଡିର ଚାହିଦା ଦେଖିବାକୁ ମିଳୁଛି |ଅନ୍ୟ ପକ୍ଷରେ ମାଟି ହାଣ୍ଡି ଗଢିବା ପାଇଁ ଜଣେ କୁମ୍ଭକାରକୁ ଯେତିକି ପରିଶ୍ରମ କରିବାକୁ ପଡୁଛି, ସେହି ଅନୁସାରେ ତାକୁ ପାରିଶ୍ରମିକ ମଧ୍ୟ ମିଳୁନାହିଁ |ସରକାରଙ୍କ ପକ୍ଷରୁ ମଧ୍ୟ ଏହି କୁଳ ବେଉସାକୁ ବଞ୍ଚେଇ ରଖିବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବା କୁମ୍ଭକାର ପରିବାର କହିଛନ୍ତି |ଯଦି ସରକାର କୁମ୍ଭକାର ମାନଙ୍କୁ ସହାୟତା ଯୋଗେଇ ଦିଅନ୍ତେ, ତେଵେ ନିଜ କୌଳିକ ବୃତ୍ତିକୁ ଆପଣେଇ ପରିବାର ସହ ନିଜର କଳା ଓ ଅସ୍ତିତ୍ବକୁ ବଞ୍ଚାଇ ରଖିବାରେ ସମର୍ଥ ହୁଅନ୍ତେ ବୋଲି କୁମ୍ଭକାର ମାନେ କହିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More