ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ ଜିଲ୍ଲା ସ୍ତରୀୟ କର୍ମଚାରୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଠାରେ ରବିବାର ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ଏକ ଜିଲ୍ଲା ସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ସନ୍ୟାସୀ ଧୋବୀଙ୍କ ନେତୃତ୍ୱରେ ୧୦ ଗୋଟି ବ୍ଲକର ସଭାପତି ସମ୍ପାଦକ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିଜର ହକ ଦାବିର ଆଲୋଚନା କରିଥିଲେ | ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ପ୍ରଦାନ, ସରକାର ଙ୍କ ରାଜକୋଷ ରୁ ଦରମା ପ୍ରଦାନ,2014ମସିହା ନିୟମ 125 ଓ 1964ମସିହା 123ଆଇନ କୁ ତୁରନ୍ତ ଶୋଂସଧନ କରିବା ଆଦି ନେଇ ଆଗାମୀ ଦିନରେ ଯେମିତି ସରକାର ଙ୍କ ନିକଟରେ ଉପସ୍ଥାପନା କରିବେ ଆଲୋଚନା ହୋଇଥିଲା | ଜିଲ୍ଲା କୋଷାଧକ୍ଷ ଜୟଦାଶ ପନକ| ସଭାପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ସୁବାଷ ହରିଜନ ସଭା ସାଙ୍ଗ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More