ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ଅନାଘା ଗ୍ରାମପଞ୍ଚାୟତର ତୁବୁରୁ ସିଙ୍ଗି,ବାଲି ଗୁମ୍ମା, ବେନୁ ସାହି ଏହି ତିନୋଟି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏହି ତିନି ଖଣ୍ଡ ଗ୍ରାମର ଜନ ସଂଖ୍ୟା ପ୍ରାୟ 500ରୁ ଉର୍ଦ୍ଧ୍ବ ତିନି ଖଣ୍ଡ ଗ୍ରାମ ପରସ୍ପର ଗୋଟିଏ କିଲୋମିଟର ଦୁରତ୍ୱରେ ଅବସ୍ଥିତ। ପ୍ରକାଶ ଥାଉକି ଗ୍ରାମକୁ ମାଟି ରାସ୍ତା ଥିବା ଯୋଗୁଁ ବର୍ଷା ହେଲେ ରାସ୍ତା ଶୋଚନୀୟ ହୋଇପଡ଼ୁଛି କୌଣସି ଯାନ ଗ୍ରାମକୁ ଯାଇପାରୁ ନାହିଁ ଶିକ୍ଷା ସ୍ୱାସ୍ଥ୍ୟ,ଗର୍ଭବତୀ ମାଆ ମାନଙ୍କୁ ଭାର କରି ବୋହି ଆଣିବାକୁ ପଡୁଛି ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ସକାଶେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏହି ଅସୁବିଧା ଦୁର କରିବା ସକାଶେ ଏକ ମାତ୍ର ବିକଳ୍ପ ହେଉଛି ଗ୍ରାମକୁ ପକ୍କା ରାସ୍ତା ସଂଯୋଗୀ କରଣ।ଏହି ସମସ୍ୟାର ସମାଧାନ କେବଳ ପକ୍କା ରାସ୍ତା।ଏ ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିବା ଜଣାପଡ଼ିଛି।