ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଓଡ଼ିଶା ସରକାର ପ୍ରତ୍ୟେକ ସହର ଓ ଗ୍ରାମ ରେ ଲୋକ ମାନଙ୍କ ନିମନ୍ତେ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରି ସଡ଼କ ନିର୍ମାଣ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଉନ୍ନୟନ ବିଭାଗୀୟ ସରକାରୀ ଯନ୍ତ୍ରୀ ଓ କିଛି ଠିକାଦାର ଅଛନ୍ତି ସଡ଼କ ଯୋଜନାରେ ଆସୁଥିବା ଅର୍ଥ କୁ ଆତ୍ମସାତ କରି ହେଉଛନ୍ତି ମାଲାମାଲ। ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ଅତି ନିମ୍ନ ମାନର ସଡ଼କ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡ଼ା ଖୁଣ୍ଟା ପଞ୍ଚାୟତ ରୁ ନନ୍ଦପୁରା ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଅତି ନିମ୍ନ ମାନର ପିଚୁ ପକାଇ ତିଆରି କରାଯାଇଛି।ଆଠ ମାସ ମଧ୍ୟ ଗଲାନି, ରାସ୍ତା ରୁ ଉଠି ଗଲାଣି ପିଚୁ। ସୂଚନା ଅନୁଯାୟୀ ଘୋଡ଼ା ଖୁଣ୍ଟା ଓ ନନ୍ଦପୁରା ଏହି ଦୁଇ ଗୋଟି ପଞ୍ଚାୟତ ସଂଯୋଗ କରୁଥିବା ସଡ଼କ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫୦.୪୫ ଲକ୍ଷ ଟଙ୍କା। ଘୋଡ଼ା ଖୁଣ୍ଟା ଓ ନନ୍ଦପୁରାର ରାସ୍ତାର ଦୈର୍ଘ୍ୟ ୫.୪୫ କିଲୋମିଟର ‌‌। ଚୁକ୍ତି ନାମା ସଂଖ୍ୟା ୦୫ ପି ୧/୨୦୨୧-୨୨। କାର୍ଯ୍ୟ ଆରମ୍ଭ ୨୪-୦୯-୨୦୨୧ଓ କାର୍ଯ୍ୟ ଶେଷ ତାରିଖ ୨୩-୦୧-୨୦୨୨। କିନ୍ତୁ ଦୁଃଖର ବିଷୟ ସରକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ – ଅଧିକ୍ଷଣ ଯନ୍ତ୍ରୀ ଓ ଠିକାଦାର ନାରାୟଣ ତନ୍ତୀ ଙ୍କ ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କର ଅବସ୍ଥା କଣ ହେଇଛି ଆପଣ ମାନେ ଦେଖି ପାରୁଥିବେ । ୫-୪୫ କିଲୋମିଟର ଦୂରତାର ସଡ଼କକୁ କେବଳ ଘୋଡ଼ା ଖୁଣ୍ଟାରୁ ଦୁଇ କିଲୋମିଟରର ହି ଭଲଭାବରେ ରାସ୍ତା ନିର୍ମାଣ କରାଯାଇଛି । ଆଉ ୩-୪୫ କିଲୋମିଟର ସଡ଼କ ଏତେ ନିମ୍ନ ମାନରେ ନିର୍ମାଣ କରାଯାଇଛି। ତାହା ଆପଣମାନେ ଏହି ଭିଡିଓରେ ଦେଖି ପାରୁଥିବେ। କିଭଳି ସରକାରଙ୍କ ସଡ଼କ ଯୋଜନାରେ ଆସୁଥିବା ଅର୍ଥ କୁ ସରକାରୀ ଯନ୍ତ୍ରୀ ଓ ଠିକାଦାର ମିଶି ଆତ୍ମସାତ କରିଛନ୍ତି। ପ୍ରଶାସନ ଏପରି ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ସଡ଼କକୁ ପୁନଃ ନିର୍ମାଣ କରନ୍ତୁ ବୋଲି ଜନ ସାଧାରଣରେ ଦାବି ହେଉଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More