ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମା ଠାକୁରାଣୀ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ସୋମବାର ଆରମ୍ଭ ହୋଇଥିବା ମାଁ ଠାକୁରାଣୀଙ୍କ କଳସୀ ଯାତ୍ରା ବା ଘଣ୍ଟ ଯାତ୍ରାରେ ମାଁଙ୍କ ପ୍ରତୀକ ଘଟ ଗୁଡିକ ପ୍ରତିଦିନ ଗ୍ରାମକୁ ଗ୍ରାମ ବୁଲି ପ୍ରତି ଭକ୍ତଙ୍କ ଘରକୁ ଘର ଯାଇ ନୈବେଦ୍ୟ ଗ୍ରହଣ କରୁଛନ୍ତି | ପ୍ରତିଦିନ ମଧ୍ୟାନ୍ନରେ ୫ ଜଣ କୁମାରୀ କନ୍ୟା ସୁସଜିତ ହୋଇ ମାଁଙ୍କ ଘଟକୁ ମୁଣ୍ଡାଇ ବାଦ୍ୟର ତାଳେ ତାଳେ ଚାଲି ଚାଲି ଯାଇ ଭକ୍ତ ଘର ଅଗଣାରେ ପହଞ୍ଚିଥାନ୍ତି | ପ୍ରତି ଘର ଆଗରେ ଲୀପ ପୋଛା କରି ବିଭିନ୍ନ ରଙ୍ଗର ଝୋଟି ପକାଇ ଧୂପ ଦୀପ ନୈବେଦ୍ୟ ଦେଇ ଭକ୍ତ ମାନେ ମାଁଙ୍କ ପ୍ରତୀକ କୁମାରୀ କନ୍ୟାଙ୍କ ପାଦ ଧୋଇ ଦେଇ ପୂଜାରୀଙ୍କ ଦ୍ଵାରା ମାଁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି |ଗ୍ରାମର ଶିରା ସନ୍ନ୍ୟାସୀ ବିଶୋଇ ଓ ତୁଳା ବିଶୋଇଙ୍କ ଘରେ ମାଙ୍କ ପୁଜାର୍ଚ୍ଚନା କରାଜାଇ ସମସ୍ତଙ୍କୁ ଚା ଓ ପଣା ବଣ୍ଟନ କରାଇଥିଲେ । ପ୍ରକାଶ ଥାଉକି ଏହି ନବଦିନ ଯାତ୍ରାରେ ପ୍ରଥମ ଥର ଭକ୍ତଙ୍କୁ ଦର୍ଶନ କରାଇବା ପରେ ପୁନର୍ବାର ଭକ୍ତଙ୍କ ଠାରୁ ମେଲାଣି ନେବା ପାଇଁ ଯାଇଥାନ୍ତି | ସନ୍ଧ୍ୟାରେ ମାଁଙ୍କ ଘଟ କଳସୀ ମଣ୍ଡପକୁ ଫେରିବା ପରେ ବିଭିନ୍ନ ଗ୍ରାମରୁ ଭକ୍ତ ମନ ଆସି ଦର୍ଶନ କରନ୍ତି | ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ବିଭିନ୍ନ ଆଦିବାସୀ ନାଟକ ପ୍ରଦର୍ଶନ କରାଯାଉଛି | ଏହି କଳସୀ ଯାତ୍ରାରେ ଡାବୁଗାଁ ଚଳ ଚଞ୍ଚଳ ହୋଇଉଠିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More