ଗ୍ରାମବାସୀ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସରପଞ୍ଚ

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଟେଙ୍ଗରା ପଖନା ଗ୍ରାମ ରେ ଉତ୍କଟ ଜଳ ସଙ୍କଟ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡକ୍ଟର ଲିପିକା ମାଝୀ ଓ ମଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ । ଏହି ଗ୍ରାମରେ ଏକ ଟ୍ରାକ୍ଟର ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେଇଛନ୍ତି l ସୁଚନା ଅନୁଯାଇ ଗତ କିଛି ଦିନ ତଳେ ଝଡ ତୋଫାନ ଫଳରେ ସୋଲାର ନିର୍ମିତ ପାଣି ଟାଙ୍କି ଅଚଳ ହୋଇପଡ଼ିଥିଲା l ଗ୍ରାବାସୀମାନେ ନାଳ ପାଣି ଉପରେ ଏକ ଭରସା ଥିବା ସ୍ଥଳେ ଏହି ନାଳ ମଧ୍ୟ ସୁଖିଯାଇଥିବା ଯୋଗୁଁ ନାନା ଅସୁବିଧା ଭୋଗୁଥିଲେ । ଏବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି ଏହି ସମୟରେ ଜଳ ବୁନ୍ଦାଏ ପାଇଁ ଆଉଟୁ ପାଉଟୁ ହେଉଥିବା ଖବର ସ୍ତାନିୟ ସରପଞ୍ଚ ଓ ଜିଲ୍ଲା ପରିସଦ ଅଧକ୍ଷା ପାଇବା ମାତ୍ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡକ୍ଟର ଲିପିକା ମାଝୀ ଓ ମଇଦଲ ପୁର ସରପଞ୍ଚ ଚନ୍ଦ୍ରଧ୍ଵଜ୍ ମାଝୀ ଗ୍ରାମ ରେ ଯାଇ ଅନୁଧ୍ୟାନ କରି ଦେଖିଲେ ଯେ ପାଣି ପାଇଁ ଗ୍ରାମ ବାସୀ ମାନେ ଡହଳ ବିକଳ ହେଉଛନ୍ତି।ଏହି ଦ୍ରୁଶ୍ୟ ଦେଖି ଡକ୍ଟର ଲିପିକା ମାଝୀ ଓ ସରପଞ୍ଚ ର ଆଖିରେ ଲୁହ ଝରି ଆସିଲା ଓ କହିଲେ ଆମେ ଏଠି ଆରାମ ସେ ଅଛୁ ସେଠି ମୋ ପଞ୍ଚାୟତ ରେ ଜଳ ବୁନ୍ଦାଏ ପାଇଁ ଲୋକେ ହଇରାଣ୍ ହେଉଛନ୍ତି। ତୁରନ୍ତ ଗ୍ରାମବାସି ଙ୍କ ପଖରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ତା କରାଇ ଥିଲେ l ବଞ୍ଚିବାର ଏହି ସଂଘର୍ଷମୟ ଜୀବନକୁ ବୁଝିପାରୁଥିବା ଡକ୍ଟର ଲିପିକା ମାଝୀ ଓ ଚନ୍ଦ୍ରଧ୍ଵଜ ମାଝୀ ଏହି ସମୟରେ ଯାଇ ଶୋଷିଲା ଗ୍ରାମ ବାସି ମାନଙ୍କ ପାଇଁ ପାନିୟ ଜଳ ଜୋଗାଇ ଏପରି କାର୍ଜ୍ୟ କରିଛନ୍ତି, ତାହା ଗୋଟିଏ ପ୍ରଶଂସନୀୟ କାର୍ଯ୍ୟ। ଏପରି କାର୍ଜ୍ୟ କରିଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସରପଞ୍ଚଙ୍କୁ ଗ୍ରାମ ବାସୀ ମାନେ ଭୁୟଶି ପ୍ରଶ୍ସସା ସହ ସାଧୁବାଦ ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More