କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଞ୍ଚାୟତ ରେ ଲଗାଣ ବର୍ଷା ହୋଇ ଗହୀର ରେ ଚାଷ ଜମି ଜଳମଗ୍ନ।ଧାନ ରୁଆ ଚାଲିଛି।ଚାଷ ଜମିରେ ଅଧିକ ବର୍ଷା ଜଳ ଜମି ଧାନ ତଳି ନଷ୍ଟ ହେବାକୁ ଲାଗିଲାଣି। ଗ୍ରାମବାସୀଙ୍କ କହିବା କଥା ଆଗରୁ ଗହୀର ରୁ ଅଧିକ ଜଳ ନିଷ୍କାସନ ରାସ୍ତା କଡରେ ଥିବା ନାଳୀ ଦେଇ ନିଷ୍କାସିତ ହୋଇଥାଏ କିନ୍ତୁ ବିଲଡର ଯାଗା କିଣି ନାଳୀ ରେ ମାଟି ପକେଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ।ଗ୍ରାମବାସୀ ବିଲଡରକୁ ବାରମ୍ବାର କହି ଶେଷରେ ନିଜେ J C B ମେସିନରେ ମାଟି ତାଡି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ।ସ୍ଥାନୀୟ R I ଙ୍କୁ ଅବଗତ ଗ୍ରାମବାସୀ କରିଛନ୍ତି।ଆମ ସଙ୍ଘର୍ଷ ନିଉଜ ପ୍ରତିନିଧି R I ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ।ହରିଅନ୍ତା ଗହୀରରେ ତିନୋଟି ପଂଚାୟତ ର ଚାଷୀ ଚାଷ କାମ କରିଥାନ୍ତି।ସେମାନଙ୍କର ସରକାରଙ୍କ ନିକଟରେ ଅନୁରୋଧ ସେମାନଙ୍କ ପ୍ରତି ଦୃଷ୍ଟି ଦେଲେ ଉପକୃତ ହୋଇପାରିବେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।