ଗ୍ରାମବାସୀଙ୍କ ସହ ମିଶି ଗାଁ ସଫାକଲେ ସରପଞ୍ଚ , କଳସ ଯାତ୍ରାରେ ମାଙ୍କୁ ଆଗ୍ରହର ସହ କଲେ ସ୍ୱାଗତ

46

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ଦୁଇବର୍ଷ ପରେ ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ଗ୍ରାମଦେବତୀ ମାଆ ଠାକୁରାଣୀ ମନ୍ଦିରରୁ ଅସି ଲୋକଙ୍କ ଗହଣରେ ରହି ପୂଜାପାଇବେ l ଘର ଘର ବୁଲି ଦର୍ଶନ ଦେବେ ଆଉ ଲୋକଙ୍କ ରୋଗ ଶୋକ ଦୂର କରି ପ୍ରାକୃତିକ ବିପର୍ଯୟରୁ ଗାଁକୁ ରକ୍ଷା କରିବେ । ମାଙ୍କ ପ୍ରତି ଏହି ପ୍ରଗାଢ଼ ବିଶ୍ୱାସ କୁ ନେଇ ଝରୀଗାଁ ଠାରେ ଆରମ୍ଭ ହେଉଛି କଳସ ଯାତ୍ରା ଗାଁ ମୁଣ୍ଡରୁ ମାଙ୍କୁ ବାଦ୍ୟ ବାଜଣା କରି ପାଛୋଟି ନେବେ ଶ୍ରଦ୍ଧାଳୁ lବର୍ଷକୁ ଥରେ ଏଇ ପର୍ବକୁ ଅନେଇ ବସିଥାନ୍ତି ଗ୍ରାମବାସୀ ମାନେ ଶ୍ରଦ୍ଧା ଓ ଆଗ୍ରହର ସହିତ ମାଁ ଙ୍କ ନବଦିନ ଯାତ୍ରା ଦେଖିବା ପାଇଁ। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ଏବଂ କଳସ ଯାତ୍ରା ପୂଜା କମିଟି ମିଳିମିଶି ଗାଁ ମୁଣ୍ଡ ତଥା ସ୍ମଶାନ ନିକଟରେ ବର୍ଷ ବର୍ଷ ଧରି କୁଢ଼ କୁଢ଼ ହୋଇ ରହିଥିବା ଅଳିଆ ଆବର୍ଜନାକୁ ସଫେଇ କରି ପୋଡିଥିଲେ l ଏହି ସଫେଇ କାର୍ଯ୍ୟକ୍ରମ ରେ ଝରୀଗାଁ ଗ୍ରାମପଂଚାୟତର ନବନିର୍ବାଚିତ ଯୁବ ସରପଞ୍ଚ ଶ୍ରୀ ଯୋଗେଶ୍ୱର ପୂଜାରୀ ମଧ୍ୟ ଗ୍ରାମବାସୀଙ୍କ ସହ ମିଳିମିଶି ସଫେଇ କାର୍ଯ୍ୟ କରି ସମସ୍ତଙ୍କୁ ଉତ୍ସlହିତ କରିଥିଲେ l ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ପୂଜାରୀ କହିଥିଲେ ଯେ ଗାଁର ଯେଉଁସବୁ ସ୍ଥାନରେ ଅଳିଆ ଜମା ହେଉଛି ଉକ୍ତ ଜାଗା ଗୁଡିକୁ ଲୋକଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ଜାଗାରେ ଆବର୍ଜନା କୁଣ୍ଡ ନିର୍ମାଣ ଲାଗି ବ୍ୟବସ୍ଥା କରିବେ l ଏବଂ ଏହି ନବଦିନ କଳସ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ନେଇ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More