ଗ୍ରାମବାସୀଙ୍କ ଆର୍ଥିକ ସହଯୋଗରେ ହଜ ଯାତ୍ରାକଲେ ମୁସଲିମ ବିଧବା ମହିଳା

16

Get real time updates directly on you device, subscribe now.

ମାଥିଲି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରୁ ମୁସଲିମ ଧର୍ମାଲମ୍ବୀ ବିଧବା ମହିଳା କାମରୁନ ନେଶା (୬୫) ହଜ଼ରେ ଥିବା ମୁସମିଲ ଧର୍ମାଲମ୍ବୀ ମାନଙ୍କ ପବିତ୍ର ତୀର୍ଥ ସ୍ଥାନ ମାକା ମଦିନା ଯାତ୍ରା କରିଛନ୍ତି।ଗତକାଲି ମେଡିକାଲ କୋଲନିରେ ଥିବା ସ୍ବର୍ଗତ ଅବଦୁଲ ଜବବାର ଙ୍କ ବିଧବା ସ୍ତ୍ରୀ କାମନୁର ନେସା ଜଣେ ଅଞ୍ଚଳରେ ମୁସଲିମ ଧର୍ମ ପରାୟଣ ମହିଳା ।କିନ୍ତୁ ହଜ ଠାରେ ଥିବା ମକ୍କା ମଦିନା କାମନୁରଙ୍କ ଅନେକ ଇଛା ଥିଲା ହଠାତ ନିଜର ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ଯାଇଥିଲେ।କାମନୁର ଜଣେ ଗରିବ ଶ୍ରେଣୀର ତଥାପି ସେ ହାର ମାନି ନଥିଲେ ଓ ଆଲ୍ଲା ଙ୍କ ଉପରେ ତାଙ୍କର ଅତୁଳନୀୟ ବିଶ୍ୱାସ ଥିଲା।ସେଥିପାଇଁ ତାଙ୍କର ସେ ଇଚ୍ଛା ପୂରଣ ହୋଇଛି ଶେଷରେ ନିଜର ଭାଇ ଅଫଜାଲ ଭଉଣୀ ହଜ ତୀର୍ଥ ଯାତ୍ରା ନିମନ୍ତେ ଯିବା ଆସିବା ଗ୍ରସ୍ତ ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ପରିବାର ଓ ଗ୍ରାମବାସୀ ମଧ୍ୟ ଅନ୍ୟାନ୍ୟ ଆର୍ଥିକ ଖର୍ଚ୍ଚ ସହ କାମନୁର ଙ୍କ ବାସଭବନ ଠାରୁ ଏକ ଶୋଭା ଯାତ୍ରା ରେ ବାହାରି ମାଥିଲି ବଜାର ପରିକ୍ରମା କରି ଗାନ୍ଧିଛକ ଦେଇ ମେଡିକାଲ ଛକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ କାମନୁର ତୀର୍ଥ ଯାତ୍ରା କିପରି ମଙ୍ଗଳ ମୟ ହେବ କାମନା କରିବା ସହ ବିଦାୟ ଦେଇଛନ୍ତି।କାମନୁର ତୀର୍ଥ ଯାତ୍ରା ଶୋଭାଯାତ୍ରାରେ ମାଥିଲି ଜ଼ିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ ଯୋଗ ଦେଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ଏଥିରେ ମାଥିଲି ଓ ଛତିଶଗଡ ସୁକୁମା ର ମୁସଲିମ ଭାଇ ଭଉଣୀ ମାନେ ଯୋଗଦେଇ ଥିଲେ।ଏହା ପୂର୍ବରୁ ମାଥିଲି ସଦର ମହକୁମା ଗ୍ରାମରୁ ୨୦୧୮ ଅବଦୁଲ ଗାଫାର ଓ ତାଙ୍କ ପତ୍ନୀ ଆମିନା ବାଇ।ଏବଂ ମାଲକାନଗିରି ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୱାର ଶାହା ଙ୍କ ମା ଅମିନା ବି ୨୦୧୬ ମସିହାରେ ହଜ ଠାରେ ଥିବା ମକ୍କା ମଦିନା ମସଜିଦ ତୀର୍ଥ ସ୍ଥାନ ଯାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More