ଗ୍ରାମକୁ ସାନିଟାଇଜର ଓ ସ୍ୱାବ ଟେଷ୍ଟ ପାଈଁ ଧାରଣା

34

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଗୁଆଳିପୁର ଗ୍ରାମରେ କରୋନା ପଜେଟିଭ ବାହାରିବା ପରେ ସାନିଟାଇଜେସନ ଓ ସ୍ୱାବ ଟେଷ୍ଟ ନକରିବା ପ୍ରତିବାଦରେ ଗୁଆଳିପୁର ଗ୍ରାମର ଜ୍ୟୋତିରଞ୍ଜନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜ୍ୟୋତିରଞ୍ଜନଙ୍କ କହିବା ଅନୁଯାୟୀ ସେ ବ୍ଲକ କତ୍ତୃପକ୍ଷ, ତହସିଲଦାର, ଜିଲାପାଳ ସମସ୍ତଙ୍କୁ ଅଭିଯୋଗ ପରେ ଉକ୍ତ ଗ୍ରାମକୁ ଏପର୍ଯ୍ୟନ୍ତ ଲୋକଙ୍କ ସ୍ୱାବ ଟେଷ୍ଟ କରାନଯିବା ଓ ସାନିଟାଇଜର ନକରିବା ଯୋଗୁ ସେ ଆଜି ଧାରଣାରେ ବସିଛନ୍ତି।କରୋନାର ଦ୍ରୁତ ସଂକ୍ରମଣ ନେଇ ଜନସାଧାରଣରେ କୋକୁଆ ଭୟ ସୃଷ୍ଟି ହେଉଥିବା ବେଳେ ପ୍ରଶାସନର ଏଭଳି ଉଦାସୀନତା ମନୋଭାବକୁ ମଧ୍ୟ ଜନସାଧରଣରେ ନାପସନ୍ଦ କରିଛନ୍ତି । ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More