ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ୱାର୍ଡ ନଂ 8 କେନାଲ ସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଉକ୍ତ ସାହିରେ ଦୀର୍ଘ ଦିନ ହେଲା ଗୋହତ୍ୟାର ଅଭିଯୋଗ ଆସୁଥିଲା,ପ୍ରଶାସନ କୁ ଖାତିର ନ କରି ନିଜର ବ୍ୟବସାୟ ଜାରି ରଖୁଥିଲେ!ଆଜି ସକାଳେ ଉକ୍ତ ସାହିରେ ଏକ ଗୋମାତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ମର ଶରୀରକୁ ମାଟିରେ ନପୋତି ବ୍ୟବସାୟ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ସେହି ସାହିର ଜୟସିଂ ବାଘ ଏବଂ ମଧୁ ହରିଜନ ନାମକ ଦୁଇ ବ୍ୟକ୍ତି!ଉଭୟଙ୍କୁ ଉକ୍ତ କାର୍ଯ୍ୟ ପାଇଁ ସାହି ବାସିନ୍ଦା ବାରମ୍ବାର ବାରଣ କରିବା ସତ୍ୱେ ଉକ୍ତ କାର୍ଯ୍ୟକୁ ଜାରି ରଖିଥିଲେ!କିନ୍ତୁ ହଠାତ ଆଜି କିଛି ସମାଜ ସେବିଙ୍କ ନଜରରେ ଉକ୍ତ କାର୍ଯ୍ୟଟି ପଡିଥିଲା ଏବଂ ଘଟଣା ସ୍ଥଳରୁ ତୁରନ୍ତ ଉମରକୋଟ ପୋଲିସ କୁ ଜଣେଇଥିଲେ!ଏହା ଶୁଣି ଏ ଏସ ଆଇ ରାମ ବେହେରାଙ୍କ ସହିତ ପୋଲିସ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନାରେ ନେଇ ଉମରକୋଟ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।