ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଇନଚାର୍ଜରେ ଥିବା ଡ଼ାକ୍ତରଙ୍କ ମନ ମୁଖି କାର୍ଯ୍ୟ,ଗରମ ଓ ଗୁଲୁ ଗୁଳିରେ ରୋଗୀ ହନ୍ତ ସନ୍ତ

35

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ,,ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନେକ ଦିନ ହେବ ଲାଗି ରହିଛି ରୋଗୀ ମାରଣ ନୀତି।ଲୋକଙ୍କ ଜୀବନ ବଞ୍ଚାଇବା ସ୍ଥାନ ଡ଼ାକ୍ତର ଖାନା କୁହାଯାଉଥିବା ବେଳେ ତାହାକୁ ମୃତ୍ୟୁ ର ଘର କରିଦେଲେଣି କିଛି ସ୍ବାର୍ଥ ବାଦି ଡ଼ାକ୍ତର।ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରେ ଇନ୍ ଚାର୍ଜ ରେ ଥିବା ଡ଼ାକ୍ତର ମହେନ୍ଦ୍ର ସାଏ ଙ୍କ କାର୍ଯ୍ୟ କଲାପ ପାଇଁ ବିପଥଗାମୀ ହେବାକୁ ବସିଲାଣି ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ସାରା ଓଡ଼ିଶାରେ ନାମ କମାଇଥିବା ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଧୀରେ ଧୀରେ ତଳ ମୁଂହା ହେବାକୁ ବସିଲାଣି।ଉକ୍ତ ଡ଼ାକ୍ତର ଖାନା ରେ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକଙ୍କ ମଧ୍ୟ ଅସ୍ଥା ରହିଥିଲା କିନ୍ତୁ ଏବେ ତାହା ଦେଖିବାକୁ ଆଉ ମିଳୁନାହିଁ।ରୋଗୀ ମାନକ ଚିକିତ୍ସା କଥା ଛାଡନ୍ତୁ ବିଦ୍ୟୁତ ର ଅବ୍ୟବସ୍ଥା ଲଗିରହିବା ସଙ୍ଗେ ସଙ୍ଗେ ରକ୍ଷଣା ବେକ୍ଷଣ ର ଅଭାବ ଦେଖିବାକୁ ମିଳିଛି।ସାରା ଓଡ଼ିଶାରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ ସେଥି ମଧ୍ୟରେ ବୌଦ୍ଧ ଜିଲ୍ଲା ସବୁବେଳେ ଚର୍ଚ୍ଚା ରେ ଥିବା ବେଳେ ପବଳ ଗରମ ସାଙ୍ଗକୁ ଗୁଳୁ ଗୁଳି 45 ଡିଗ୍ରୀ ଉପରେ ରହିଛି ପାରଦ।ଏତେ ବଡ ଖରା ଦିନରେ କେତେବେଳେ ପାଣି ର ଅସୁବିଧା ତ କେତେବେଳେ ବିଦ୍ୟୁତ୍ ଯୋଗୁଁ ରୋଗୀ ହଇରାଣ ହେଉଛନ୍ତି।ଗତ କିଛି ଦିନ ହେବ ପିଇବା ପାଣି ର ଅସୁବିଧା ହେବା ଖବର ପ୍ରସାରିତ ହେବା ପରେ ବୌଦ୍ଧ ସି ଡ଼ି ଏମ ଓ ଡ଼ାକ୍ତର ଅଭୟ କୁମାର ଦାସ ମନ ମୁଣ୍ଡା ଆସି ତାଗିଦ୍ କରିଥିଲେ ଓ ରୋଗୀଙ୍କୁ ଉଚିତ୍ ସେବା ଯୋଗାଇ ଦେବାକୁ ଆଦେଶ ଦେଇଥିଲେ ସୁଦ୍ଧା ଉକ୍ତ କଥା କୁ ପାଣିର ଗାର ଭାବି ଆଜି ପୁଣି ଦୀର୍ଘ 4 ଘଣ୍ଟା ଧରି ବିଦ୍ୟୁତ୍ ନ ଥିବା ଯୋଗୁଁ ରୋଗୀ ମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ରୋଗୀଙ୍କ ପାଇଁ ଓ ସ୍ବାସ୍ଥ୍ୟ ସେବା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଦ୍ୟୁତ୍ ଚାଲିଗଲେ ଉକ୍ତ ଡ଼ାକ୍ତର ଖାନା ରେ ଜେନେରେଟର ଗୋଟେ ଘଣ୍ଟାରୁ ଅଧିକ ସମୟ ଚାଲିଲେ ପୋଡ଼ି ଯିବ ବୋଲି ବାବୁ ଜଣକ ଜେନେରେଟର ଲଗାଉ ନାହାନ୍ତି ବୋଲି ଆମକୁ କହିଛନ୍ତି। ଆଜି ବିଦ୍ୟୁତ୍ ଚାଲିଯିବା ପରେ ଲୋକେ ନିଜର ପିନ୍ଧି ଥିବା ବସ୍ତ୍ର ମାନଙ୍କରେ ବିଁଛି ହେଉଥିବା ଦେଖିବାକୁ ମିଳିଥିଲା।ଏପରି ଅବ୍ୟବସ୍ଥା କରିବାର ମାନେ ରୋଗୀ ମାରଣ ନୀତି ବାବୁଙ୍କର ନାହିତ ଆଉ କଣ ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ। ତେଣୁ ତୁରନ୍ତ ଇନ୍ ଚାର୍ଜ ରେ ଥିବା ଡ଼ାକ୍ତର ମହେନ୍ଦ୍ର ସାଏ ଙ୍କ ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଖୁବ୍ ଶୀଘ୍ର ଉକ୍ତ ଡ଼ାକ୍ତର ଖାନା ରୁ ବଦଳି କରିବାକୁ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି। ବାରମ୍ବାର ଖବର ପ୍ରସାରିତ ହେବା ପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ, ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More