ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଲେ କଂଗ୍ରେସ ପ୍ରତିନିଧି ଦଳ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପର୍ଯ୍ୟସ୍ତ ସେବାକୁ ନେଇ ଶନିବାର ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଡାକ୍ତରଖାନା ପରିସରରେ ଧାରଣା ଦେଇଥିଲେ | ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଜୋନ-୨ର ସଭ୍ୟା ଲିପିକା ମାଝୀ, ସିଣ୍ଟୁ ଶର୍ମା, ରାଜ କିଶୋର ରାଓ ପ୍ରମୁଖ ଏହି ଧାରଣାରେ ସାମିଲ ଥିଲେ | ଗତ 30 ତାରିଖ ଦିନ ଏହି ଦଳ ଡାକ୍ତରଖାନା ପରିଦର୍ଶନ କରି ଶୀଘ୍ର ସମସ୍ୟାର ସମାଧାନ ଲାଗି ଦାବି କରିଥିଲେ, ହେଲେ ଶନିବାର ପ୍ରତିନିଧି ଦଳ ଯେତେବେଳେ ଡାକ୍ତର ଖାନା ପହଂଚିଲେ ଡାକ୍ତର ଓ ଷ୍ଟାଫ ରୁମକୁ ଛାଡିଦେଲେ ଅନ୍ୟ କୌଣସି ରୋଗୀଙ୍କ ରୁମରେ ନା ଫ୍ୟନ ଚାଲୁଥିଲା ନା ଲାଇଟ ଜଳୁଥିଲା | ନବ ଜନ୍ମ ଶିଶୁ ସହ ପ୍ରସୂତି ମାନେ ଗରମରେ ଛଟପଟ ହେଉଥିଲେ | କିଏ ପେପର ତ କିଏ ଗାମୁଛା ଉଡାଇ ସେହି ପବନ ରେ ଗରମ ଦାଉରୁ ନିଜକୁ ରକ୍ଷା କରୁଥିଲେ | ମେଡିକାଲ କର୍ମଚାରୀ କିନ୍ତୁ ଡିଜି ଲଗାଇ ପବନର ମଜା ଉଠାଉଥିଲେ | ଯାହାକୁ ନେଇ ଦିନ 12.30ରେ ଡାକ୍ତର ଖାନା ପରିସରରେ ଧାରଣା ଦେଇଥିଲେ | ଡାକ୍ତର ଖାନା ଇନଚାର୍ଜ ପ୍ରିୟ ରଞ୍ଜନ ବାହାଲି ଘଟଣା ସଂପର୍କରେ ବିଡ଼ିଓ ଓ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିବା କହିବା ପରେ ବି ଧାରଣା ରୁ କେହି ହଟି ନଥିଲେ | ପରେ ନୂତନ ବେଟେରି ଓ ଇନଭରଟର ଆଦି ସଂଯୋଗ କରିବା ପରେ ଅପରାହ୍ନ 3.15ପରେ ଧାରଣାରୁ ହଟିଥିଲେ | ଯେଉଁଠି ଚାଲୁ ନ୍ ଥିଲା ଫ୍ୟାନ କି ଜଳୁ ନଥିଲା ଲାଇଟ,କଂଗ୍ରେସ କର୍ମୀଙ୍କ ଧାରଣା ଦେବାରୁ ଜଳିଲା ଲାଇଟ ବୁଲିଲା ଫ୍ୟାନ।ରୋଗୀ ଗରମ ଦାଉରୁ ହେଲେ ଆସ୍ଵସ୍ତ। କଂଗ୍ରେସ ଟିମର ଏପରି କାର୍ଯ୍ୟକୁ ଜନସାଧାରଣରେ ଭୁୟସି ପ୍ରଶଂସା କରାଯାଉଛି |ନେତ୍ରୀ ହେଵତ ଏମିତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More