ଗୋଷ୍ଠି କନ୍ଦଳ ପାଇଁ ବନ୍ଧ ହେଲା ରକ୍ତଦାନ ଶିବିର

18

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ) : ଆୟୁଷ୍ମାନ ଫାଉଡେଶନ ତରଫରୁ ଆୟୋଜିତ ହୋଇଥିବା ମାଗଣା ରକ୍ତ ଦାନ, ସ୍ବାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର କୁ ବିରୋଧକରି କିଛି ଯୁବକ ସାରୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାବି ପକାଇଦେଥିଲେ,ଏହାକୁ ନେଇ ଉତେଜନା ଦେଖା ଦେଇଥିଲା ଖଇରା ପୋଲିସର ହସ୍ତକ୍ଷେପ ପରେ ଉତେଜନା ହ୍ରାସ ପାଇଥିଲା, ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାରୁଗାଁ ଗ୍ରାମ ପଞ୍ଚାୟତରେ, ଆୟୁଷମାନ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ମୁଖ୍ୟ ଅତଥିଭାବେ ଯୋଗ ଦେବାକୁ ଆସିଥିବା ଆୟୁଷମାନ ଫାଉଣ୍ଡେସନ ର ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ଶଶୀ କୁମାର ସାହୁ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନିନ୍ଦକରିବା ସହ ୨୦୨୪ ପର୍ଯ୍ୟନ୍ତ ଖଇରା ସିମୁଳିଆରେ ବିଭିନ୍ନ ସାମାଜିକ କାର୍ଯକ୍ରମ ଚାଲୁରଖିବାକୁ ସୂଚନା ଦେଇଥିଲେ,ଆୟୁଷ୍ମାନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀଯୁକ୍ତ ଶ୍ରୀମନ୍ତ ବିଶ୍ଵାଳ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ତାଙ୍କ ସଂଗଠନ ବିଭିନ୍ନ ସ୍ଥାନରେ ନିସ୍ୱlର୍ଥପର ଭାବେ ସେବା ପ୍ରଦାନ କରିଆସୁଛି ଓ ଆଗାମୀ ଦିନରେ ଏହି ଜନସେବା ଜାରିରହିବ । ବାଲେଶ୍ଵର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More