ଗୋଷାଣୀ ବ୍ଲକରେ ପ୍ଲମ୍ବରମାନଙ୍କ ପରୀକ୍ଷା ଅନୁଷ୍ଠିତ

21

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ମହକୁମା ଠାରେ ଥିବା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ ଗୃହ ଠାରେ ଆଜି ପ୍ଲମ୍ବରମାନଙ୍କ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ବିଭାଗ ଦ୍ୱାରା ନିୟୋଜିତ ପ୍ଲମ୍ବରମାନଙ୍କୁ ନେଇ ଗ୍ରାମତରଙ୍ଗ (ସିୟୁଟିଏମ୍‌) ଅର୍ମାସ, ଆଇପିଏସ୍‌ସି, ଆରଡବ୍ଲ୍ୟୁଏସ୍‌ଏସ୍‌ର ମିଳିତ ଆନୁକୁଲ୍ୟରେ ଏହିକାର୍ଯ୍ୟକ୍ରମମାନ ହୋଇଥିଲା । ଏଥିରେ ବ୍ଲକର ୨୩ଜଣ ପ୍ଲମ୍ବରଙ୍କ ମଧ୍ୟରୁ ୧୯ଜଣ ପରୀକ୍ଷା ଦେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ଲମ୍ବରମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଥିବା ପ୍ଲମ୍ବିଂ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ଜଣାପଡିଛି । ପରୀକ୍ଷା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ପରୀକ୍ଷାର ନୋଡାଲ ଅଧିକାରୀ ତଥା ଏଡବ୍ଲ୍ୟୁଇ ନିହାର ନାୟକ ପ୍ରମୁଖ ଯୋଗଦେଇ ପରୀକ୍ଷାର୍ଥୀଙ୍କୁ ଦକ୍ଷ ସ୍ୱାବଲମ୍ବିକାରୀଗର ଭାବେ ପ୍ରତିଷ୍ଠିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ନିୟୋଜିତ ସତ୍ୟବ୍ରତ ଲେଙ୍କା ପରୀକ୍ଷକ ଭାବେ ଯୋଗଦେଇଥିବା ବେଳେ ହୃଷିକେଷ ଜେନା ଓ ଜିତେନ୍ଦ୍ର ବେହେରା ପରୀକ୍ଷା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପ୍ଲମ୍ବରମାନଙ୍କୁ ନେଇ ଗତ ୩୧.୧୦.୨୦୨୨ ଠାରୁ ୦୯.୧୧.୨୦୨୨ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଶିକ୍ଷକ ଭାବେ ମନ୍ମଥ ସ୍ୱାଇଁ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାପରେ ଆଜି ଏହି ପରୀକ୍ଷା କାର୍ଯ୍ୟକ୍ରମ ହୋଇଥିବାର ଜଣାପଡିଛି । ଏପରି ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ଯଥା ମୋହନା, ଆର୍‌.ଉଦୟଗିରି, ନୂଆଗଡ, ରାୟଗଡ, କାଶୀନଗର, ଗୁମ୍ମା ପରେ ଶେଷରେ ଆଜି ଗୋଷାଣୀ ବ୍ଲକରେ ସମାପନ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମତରଙ୍ଗ ସଂସ୍ଥାର ପରିଚାଳକ ଶୌଳେଶ୍ୱର ପଟ୍ଟନାୟକ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More