ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତିର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧମ ମାଝୀ, ବ୍ଲକ ଉପାଧ୍ୟକ୍ଷ ଏସ୍.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍.ବାଲାରାଜୁ, ବିଧାୟକ ପ୍ରତିନିଧି ଜଗନ୍ନାଥ ପରିଡା, ସାଂସଦ ପ୍ରତିନିଧି ଡି.ଭି.ଆର୍. ରାଜୁ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ବୈଠକରେ କୃଷି, କ୍ଷୁଦ୍ର ଜଳସେନ, ଶିକ୍ଷା ଉନ୍ନୟନ କାମ,ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗ, ଜଳ ବିଭାଜିକା ମୃତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ଉଦ୍ୟାନ, ପଶୁ ପାଳନ, ମହିଳା ଓ ଶିଶୁ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଉଠା ଜଳସେଚନ, ସମବାୟ ଆଦି ସହ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।