ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରରେ ଗୋଷାଣୀ ଜାତକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଶାରଦୀୟ ଦୁର୍ଗାପୂଜାରେ ପୁଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର ଆଜି ଭଷାଣ ଉତ୍ସବ ଅନୁଷ୍ଠିତ ହେଉଚି। ବିଭିନ୍ନ ସାହୀରେ ପୁଜା ପାଉଥିବା ମୂର୍ତ୍ତି ଗୁଡିକୁ ଆଜୀ ଅପରାହ୍ନରେ ସାହୀ ପରିକ୍ରମା କରାଯିବା ପରେ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖକୁ ଅଣାଯାଇଛି। ପରମ୍ପରା ଅନୁଯାୟୀ ଦେବ ସଭାରେ ସବୁ ମୂର୍ତ୍ତି ଏକତ୍ରିତ କରଯାଇଛି। ଆଜି ଏକାଦଶୀ ତିଥିରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଦେବ ସଭାରୁ ସବୁ ଗୋଷାଣୀ ଓ ନାଗା ମୂର୍ତ୍ତି ଗୁଡ଼ିକୁ ଭଷାଣ ପାଇଁ ପୁଷ୍କରିଣୀକୁ ନିଆଯିବ। ତେବେ ଏହି ଗୋଷାଣୀ ଯାତ୍ରା ଦେଖିବାକୁ ଲୋକାରଣ୍ୟ ହୋଇ ପଡିଛି ବଡ ଦାଣ୍ଡ। ହଜାର ହଜାର ଭକ୍ତ, ଜଗନ୍ନାଥ ପ୍ରେମୀଙ୍କ ସହ ପୁରୀ ବାସିନ୍ଦା ଆସି ଦେବ ସଭା ରେ ମେଲାଣି ନେଉଥିବା ମାଙ୍କ ଦର୍ଶନ କରୁଛନ୍ତି। ତେବେ ଗୋଷାଣୀ ଯାତ୍ରାର ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଚି। କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ନଉପୁଜେ ସେଥି ପାଇଁ ବଡ ଦାଣ୍ଡ ସମେତ ପୁରୀ ସହର ସହର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ପାଇଁ ଟ୍ରାଫିକ କଟକଣା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।