ଗୋଷାଣି ପଞ୍ଚାୟତ ସମିତିର ୭ମ ସମିତି ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧମ ମାଝୀ, ବ୍ଲକ ଉପାଧ୍ୟକ୍ଷ ଏସ୍‌.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍‌.ବାଲାରାଜୁ, ସାଂସଦ ପ୍ରତିନିଧି ଏସ୍‌.ଲିଙ୍ଗରାଜ୍ (ପାରଳାଖେମୁଣ୍ଡି) ତହସିଲଦାର ନାରାୟଣ ବେହେରା ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ଏସ. ଲିଙ୍ଗରାଜ ଆମ୍ଭୁଲେନ୍ସ ସେବା, ପଞ୍ଚାୟତର ହେଡ କ୍ୱାଟର ଓ ଏନ ଏଚ 5ରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ, ବିହନ ଅସୁବିଧା ଉପରେ, ଆର.ଡି ବିଭାଗର ବିଭିନ୍ନ ପ୍ରକଳ୍ପ, ଡାକ୍ତର ନିର୍ଯୁକ୍ତି ଉପରେ ଗୁରୁତ୍ୱ ଦେଇ କିପରି ତୁରନ୍ତ ପଦକ୍ଷେପ ନିଆଯିବ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ତାହା ପାଇଁ ପରାମର୍ଶ ଦେଇଥିଲେ।ଏହି ବୈଠକରେ କୃଷି, କ୍ଷୁଦ୍ର ଜଳସେନ, ଶିକ୍ଷା, ଉନ୍ନୟନ କାମ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗ, ଜଳ ବିଭାଜିକା ମୃତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ପଶୁ ପାଳନ, ମହିଳା ଓ ଶିଶୁ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ ସହ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ବିଭାଗୀୟ ସ୍ତରୀୟ ସମୀକ୍ଷା ବେଳେ କେତେକ ବିଷୟକୁ ନେଇ ସରପଞ୍ଚ ଓ ସମିତି ମାନେ କ୍ଷୁବ୍ଧ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଅସମ୍ପୂର୍ଣ୍ଣ କାମ ଗୁଡିକୁ ଶେଷ କରିବା, ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ପ୍ରତି ତୁରନ୍ତ ସମାଧାନ କରିବା, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମଚାରୀ ତଥା ଡାକ୍ତରଙ୍କ ଉପସ୍ଥିତ ରହିବା ଆଦି ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଯେପରି ଆଗାମି ବୈଠକରେ ସମସ୍ୟା ଗୁଡିକର ସମାଧାନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ବିଡିଓ ଶ୍ରୀ ମାଝୀ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ଭାରପ୍ରାପ୍ତ ଜିପିଇଓ ବିନୋଦ ଗୌଡ ପରିଚାଳନା କରିଥିବାବେଳେ ଉନ୍ନୟନ କାମ ଗୁଡିକର ସବିଶେଷ ବିବରଣୀ ବ୍ଲକ ଉପନିର୍ବାହୀ ଯନ୍ତ୍ରୀ ନିହାର ନାୟକ ପଠନ କରିଥିଲେ । ପରିଶେଷରେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More