ଗୋଶାଣୀ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

47

Get real time updates directly on you device, subscribe now.


ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣୀ ବ୍ଲକରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫେରାନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମ ବ୍ଲକର ମିଶନ ଶକ୍ତି କ୍ୟାଫ୍ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ଜନସାଧାରଣ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରମୁଖ ଉପସ୍ଥିତ ଥିଲେ।ବ୍ଲକ ଅଧ୍ୟକ୍ଷ ଏନ ବିର ରାଜୁ ପ୍ରତିନିଧିତ୍ଵ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 5 T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବ୍ଲକର ପ୍ରତି ପଞ୍ଚାୟତକୁ 50 ଲକ୍ଷ ହିସାବରେ 21 ଗୋଟି ପଞ୍ଚାୟତକୁ ମୋଟ10 କୋଟି 50 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରି ଥିବାରୁ ବ୍ଲକ ଅଧ୍ୟକ୍ଷ ଏନ ବୀର ରାଜୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ଗ୍ରାମ ପଞ୍ଚାୟତର ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କ୍ରୀଡ଼ାର ବିକାଶ,ଶିକ୍ଷାର ଉନ୍ନତି, ବିଭିନ୍ନ ଐତିହାସିକ ସଂରକ୍ଷଣ ତଥା ସ୍ୱୟଂ ସହାୟକ ମହିଳା ମାନଙ୍କର ସଶକ୍ତିକରଣ କରିବା ସହିତ ପଞ୍ଚାୟତକୁ ସଶକ୍ତ କରିବ ବୋଲି ସରକାରଙ୍କ ପ୍ରୟାସ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ତତ୍ୱାବଧାନରେ ସହକାରୀ କଲେକ୍ଟର ମଧୁଲିକା ପାତ୍ର, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଗୋଶାଣୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାୟକ,ଭାରପ୍ରାପ୍ତ ଜୀ ପି ଇଓ ବିନୋଦ ଗୌଡ଼, ଓ ଏଲ ଏମ୍, ବି ପି ଏମ୍ ସି ଏଚ ତିରୁପତି, ମିସନଶକ୍ତିର ବି ପି ସି ଲାବଣ୍ୟ ରଇତ, ବି ଏସ ଏସ ଓ ସୁବ୍ରତ ଦାସ,ବ୍ଲକର ଆକାଉଣ୍ଟାଣ୍ଟ ଗଜେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଯନ୍ତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ସି ଆର ସି ରଶ୍ମିତା ସାମଲ ସଂଯୋଜନା କରିଥିଲେ।ଏଥିରେ ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଗଜପତିରୁ ବିବେକାନନ୍ଦ ବେହେରା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More