ଗୋର୍ଲାରେ ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

17

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ) : – ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମରେ ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଗ୍ରାମରୁ ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ସହିତ ଉଦନ୍ତୀ ନଦୀରେ ପହଞ୍ଚିଥିଲେ। କଳସ ପୂଜାର୍ଚ୍ଚନା ପରେ ପୁର୍ଣ୍ଣ କଳସ ଧରି ମଣ୍ଡପରେ ପହଞ୍ଚିଥିଲେ। ପରେ ଶାସ୍ତ୍ରୀୟ ପୂଜା ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଅଖଣ୍ଡ ନାମାରମ୍ଭ ହୋଇଥିଲା। କର୍ତ୍ତା ଭାବରେ ହଲୁରାମ ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରବାଇ ଦଣ୍ଡସେନା କାର୍ଯ୍ୟ ତୁଲାଇଥିଲେ। ପୂଜକ ଭାବରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗ୍ରାମର ପ୍ରଦୀପ ଦାଶ ନିୟୋଜିତ ରହିଥିଲେ। ଏହି ନାମଯଜ୍ଞ ଗତ ୨ ତାରିଖ ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପ୍ରକାଶ କରିଛି। ଏହି ଯଜ୍ଞ ରେ ଗ୍ରାମର ବଜରସିଂ ଦଣ୍ଡସେନା, ନିରାଶବାଇ ଦଣ୍ଡସେନା, ଦମୟନ୍ତୀ ଦଣ୍ଡସେନା, ଗଙ୍ଗାରାମ ଦଣ୍ଡସେନା, ଯାଜ୍ଞସେନି ଦଣ୍ଡସେନା, ନୀଳମଣି ଦଣ୍ଡସେନା, ଓଁକାର ଦଣ୍ଡସେନା ସମେତ ଅଞ୍ଚଳର ଯୁବକ ସଙ୍ଘ ସହଯୋଗ କରିଛନ୍ତି। ଯଜ୍ଞ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଜନସାଧାରଣଙ୍କ ବେଶ ଭିଡ଼ ପରିଲକ୍ଷିତ ହେଉଛି। ଶ୍ରଦ୍ଧାଳୁ ଭକ୍ତ ତଥା ଜନସାଧାରଣ ମାନଙ୍କ ପାଇଁ ଭୋଗ ର ବ୍ୟବସ୍ଥା କରାଯାଇଛି। ଏହି ନାମଯଜ୍ଞ ଦଣ୍ଡସେନା ପରିବାରର ସଂକଳ୍ପ ପୂର୍ବକ ଆୟୋଜନ କରାଯାଉଥିବା ଜଣାପଡ଼ିଛି।ଏହି ନାମ ଯଜ୍ଞରେ ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାଥୀ ଲମ୍ବୋଦର ନିଆଲ ନାମ ଯଜ୍ଞରେ ଉପସ୍ଥିତ ରହି ବିଭୁକୃପା ଲାଭ କଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More