ଜଗତସିଂହପୁର(ସଂଘର୍ଷ ମିଡିଆ ) :- ଜଗତସିଂହପୁର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶୈବପୀଠ ଗୋରେଖନାଥଙ୍କ ପୀଠରୁ ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସୂଚନା ପରେ ଗତକାଲି ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ସୂଚନା ମୁତାବକ ଗତ ୬ମାସ ତଳେ ହୁଣ୍ଡି ରୁ ଟଙ୍କା ଗଣା ଯାଇଥିଲା। ତା ପରଠାରୁ ଏଯାବତ ଲକ୍ଷାଧିକ ଟଙ୍କା ଶ୍ରଦ୍ଧାଳୁ ମାନେ ଦାନ କରିଛନ୍ତି। ତେବେ ଗତକାଲି ରାତିରେ ଦୁଇଜଣ ଲୁଟେରା ହୁଣ୍ଡି ଭାଙ୍ଗି ଏକ ଅଖାରେ ଟଙ୍କା ଭର୍ତ୍ତି କରି ଲୁଟି ନେଇଥିବା ମନ୍ଦିର ସିସି ଟିଭିରେ କଏଦ ହୋଇଛି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଛାନଭିନ କରିଥିବାବେଳେ ମନ୍ଦିର ପରିସରରେ ପୋଲିସ ଫାଣ୍ଡି ଥାଇ କିଭଳି ଚୋରି ହେଲା ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।