ଗୋବିନ୍ଦପୁର ମହାବିଦ୍ୟାଳୟ ପରିସରରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

43

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ।ସମାଜ ବିକାଶରେ ଯୁବକ ମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଡା. ପ୍ରମୋଦ କୁମାର ମଲ୍ଲିକ ନିଜ ଅଭିଭାଷଣ ରେ କହିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ସଭାରେ ସଭାପତିତ୍ୱ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଗଗନ ବେଉରା କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପାଇଁ ନିଜ ନିଜର ଦାୟିତ୍ୱ ବିଷୟରେ ଅବଗତ କରାଇଥିଲେ।ସଭାରେ ସଂମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ଦ୍ବିଜବର ସାଠୁଆ,ପୂର୍ବତନ ଅଧ୍ୟକ୍ଷ ଅଭିଳାଷ ଚନ୍ଦ୍ର ବେହେରା,ଗୋବିନ୍ଦପୁର ସରପଞ୍ଚ ଶ୍ରୀମତୀ ସୁମିତ୍ରା ପାଢ଼ୀ,ସମିତିସଭ୍ୟ ସଂଧ୍ୟାରାଣୀ ଦାସ,ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା,ଅମୀୟ କୁମାର ସାହୁ,33 ନମ୍ବର ଯୋନ ଜିଲ୍ଲା ପରିଷଦ ପ୍ରଦୀପ କୁମାର ଭୋଇ,ପୂର୍ବତନ ସରପଞ୍ଚ ଅନନ୍ତ ନାରାୟଣ ବେହେରା,ଅକ୍ଷୟ କୁମାର ମହାନ୍ତି,ସମ୍ପାଦକ କାଳନ୍ଦୀ ଚରଣ ପାଇକରାୟ ପ୍ରମୁଖ ଯୋଗଦେଇଥିଲେ।ମୁରୁଜ ପ୍ରତିଯୋଗିତା ଓ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ କରିଥିବା ଦୁଇ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଓତ୍ତରୀୟ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କଟକ ଜିଲ୍ଲା ଗୋବିନ୍ଦପୁରରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More