ଗୋବିନ୍ଦପୁର ପଞ୍ଚାଯତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା

13

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) ସରପଞ୍ଚ ଵ୍ୟଵହାର କଲେ ଜିଲ୍ଲାପାଳ କ୍ଷମତା । ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ନିଜ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ । ଶୁକ୍ରବାର ରାତି ୮ରୁ ଆସନ୍ତା ସୋମବାର ରାତି ୮ ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ପଂଚାୟତକୁ ସଟଡାଉନ ଘୋଷଣା । ପଞ୍ଚାୟତରେ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହି ଵ୍ୟକ୍ତି ଜଣଙ୍କ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏହା ଦ୍ଵାରା ଅଧିକ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଗୋବିନ୍ଦପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More