କଟକ(ସନହର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନାIICଙ୍କ ନେତୃତ୍ୱରେ ଡିସେମ୍ବର ଏକ ତାରିଖରୁ ଆଠ ତାରିଖ ପର୍ଯ୍ୟନ୍ତ ଶୁନ ଦୁର୍ଘଟଣା ସପ୍ତାହ ( ଜିରୋ ଫାଟିଲିଟି ଉଇକ) ଅବସରରେ କଟକ ଗ୍ରାମାଞ୍ଚଳ SP ଙ୍କ ନିର୍ଦ୍ଦେଶକ୍ରମେ ଆଜି ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଗୋବିନ୍ଦପୁର ବଜାରରେ ଅନୁଷ୍ଠିତ ହୋଇଯାଇଛି। ଗୋବିନ୍ଦପୁର ଥାନା ଅଧିକାରୀ ରବି ନାରାୟଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଥାନାର ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଓ ଗୋବିନ୍ଦପୁର କଲେଜ ର ଛାତ୍ର ଛାତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଗାଡ଼ି ଚାଳକ ମାନଙ୍କ ମଧ୍ୟରୁ ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେବାସହ ବିନା ହେଲମେଟ ବାଲାଙ୍କୁ ବୁଝାଇଥିଲେ ।ଜୀବନ କେତେ ମୂଲ୍ୟବାନ।ସେଥିପାଇଁ ଘରୁ ଗାଡ଼ିରେ ବାହାରକୁ ବାହାରିଲେ ହେଲମେଟ ପିନ୍ଧି କରି ବାହାରିବାକୁ ଗାଡି ଚଳକମାନଙ୍କୁ ଥାନା ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ବୁଝାଇଥିଲେ।କଟକ ଜିଲ୍ଲା ଗୋବିନ୍ଦପୁରରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।