ଗୋବିନ୍ଦପୁର କଲେଜ ପ୍ରାଙ୍ଗଣରେ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

28

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର କଲେଜ ପ୍ରାଙ୍ଗଣରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୋମବାର ନାହାଳପୁର ଗ୍ରାମପଞ୍ଚାୟତ ଓ ନୂଆଗାଁ ଗ୍ରାମପଂଚୟତର ଅଫ୍ ଲାଇନରେ 50ଟି ଡୋଜ ଟୀକାକରଣ ର ବ୍ୟବସ୍ଥା ଥିଲା। ଅନ ଲାଇନରେ ୫୦ ଟି ଡୋଜର ବ୍ୟବସ୍ଥା କରାଯାଇଥିଲା। ଗୋବିନ୍ଦପୁର ସରପଞ୍ଚ ଶ୍ରୀଯୁକ୍ତ ଲଲାଟେନ୍ଦୁ ପ୍ରସାଦ ଦାସ,ନାହାଳପୁର ସରପଞ୍ଚ ଶ୍ରୀଯୁକ୍ତ ସୁଧୀର କୁମାର ଦାସ ,ନୂଆଗାଁ ସରପଞ୍ଚ ଶ୍ରୀମତି ଚନ୍ଦନା ମହାନ୍ତି ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହିତ ଟୀକାକରଣ କରାଯାଇଥିଲା।ପଛରେ କିଛି ଲୋକ ଲାଇନରେ ରହିଯିବାରୁ ୨୫ଟି ଡୋଜ ଟିକା ଅଧିକ ବ୍ୟବସ୍ଥା କରାଯାଇଥିଲା। ଜନସାଧାରଣଙ୍କ ଅନୁରୋଧ ଅଧିକ ଦୋଜ ର ବ୍ୟବସ୍ଥା କରାଗଲେ ଲୋକେ ଉପକୃତ ହେବେ।ଦ୍ୱିପହର ର ସମୟରେ ଦ୍ଵିତୀୟ ଡ଼ୋଜ ପାଇଁ ୧୫୦ଟି ଡୋଜ ର ବ୍ୟବସ୍ଥା କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More