ଗୋପୀ ପା°ଗୀ ଲ୍ୟାମ୍ପ ସଭାପତି ଭାବେ ନିର୍ଦୋନ୍ଦରେ ନିର୍ବାଚିତ

20

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ ) : ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ତିତ ବୃହଦାକାର ସମବାୟ ସମିତି ଲିଃର ସଭାପତି ପଦ ପାଇଁ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ୮ ନମ୍ବର ନିର୍ବାଚନ ମଣ୍ଡଳୀର ସଦସ୍ୟ ଗୋପୀ ପା°ଗୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲର ସମୟ ସିମା ଦିବା ୧୨ଟା ସୁଧା ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିଲେ , ଯାହାର ଫଳ ସ୍ୱରୂପ ଅପରାହ୍ନ ୪ ଟା ପରେ ନିର୍ବାଚନ ଦାୟିତ୍ୱ ରେ ଥିବା ନିର୍ବାଚନ ଅଧିକାରୀ ନିଖୀଲ ବାନାର୍ଜୀ ଉକ୍ତ ଲ୍ୟାମ୍ପ ସଭାପତି ପଦପାଇଁ ଗୋପୀ ପା°ଗୀ°କ ନାମକୁ ନିର୍ଦ୍ଦୋନ୍ଦରେ ନିର୍ବାଚିତ ହୋଇଥିବା ବିଷୟରେ ଘୋଷଣା କରିଥିଲେ । ଏହି ବିଷୟ ଘୋଷଣା ହେଲା ପରେ ସମସ୍ତ ସଦସ୍ୟ ମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି । କୁଡୁମୁଲୁଗୁମ୍ମା ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ, ଖଇରପୁଟର ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ,ଉପାଧ୍ୟକ୍ଷ ସାବିତ୍ରୀ ମୁଦୁଲି, ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ଖଇରପୁଟ ଜିଲ୍ଲା ପରିଷଦ ସଭ୍ୟ ବଲୀ ମାଝୀ, କୁଡୁମୁଲୁଗୁମ୍ମା ସରପଞ୍ଚ ମ°ଗଳା ମାଢୀ, ସମାଜସେବୀ ଘାଷୀରାମ ଗୁଟ୍ଟା,ହେମନ୍ତ ଦାସ ଓ ଭଗବାନ ସାହୁ,ତ୍ରୀନାଥ ସଗରୀଆ ପ୍ରମୁଖ ନବ ନିର୍ବାଚିତ ଲ୍ୟାମ୍ପ ସଭାପତି ଗୋପୀ ପା°ଗୀ°କୁ ଫୁଲତୋଡା ଦେଇ ଶୁଭେଛା ଦେଇଥିଲେ ।ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More