ଗୋପୀନାଥପୁରରେ ବର ଗଛ ମୂଳରେ ଚାଲିଛି ମୋ ଅଙ୍ଗନବାଡି କେନ୍ଦ୍ର

20

Get real time updates directly on you device, subscribe now.

ବଦନବା(ସଂଘର୍ଷ ମିଡିଆ) : ବଡମ୍ବା ବ୍ଲକ ଅଧିନ ଗୋପୀନାଥପୁର ପଞ୍ଚାୟତ ର କୈବତ୍ର ସାହି ରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗାଁର ଏକ ବରଗଛ ମୂଳ ରେ ଚାଲିଛି ମୋ ଅଙ୍ଗନବାଡି କେନ୍ଦ୍ର। ଭିଓ୧: ବଡମ୍ବା ବ୍ଲକ ଅଧିନ ଗୋପୀନାଥପୁର ପଞ୍ଚାୟତ ର କୈବତ୍ର ସାହି ରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗାଁର ଏକ ବରଗଛ ମୂଳ ରେ ଚାଲିଛି ମୋ ଅଙ୍ଗନବାଡି କେନ୍ଦ୍ର। ବିଧାୟକ ଙ୍କର ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସିଡିପିଓ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ବିଷୟରେ ଅବଗତ। ହେଲେ ସବୁ ଜାଣି ଶୁଣି ଆକ୍ରୋଶ ମୂଳକ ଭାବେ ଘର କରାଯାଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେବେ ଗୋପୀନାଥପୁର ର ୭ ଏବଂ ୮ ନମ୍ବର ୱାର୍ଡ ର ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏମିତି ବରଗଛ ମୂଳେ ବସି ପାଠ ପଢୁଛନ୍ତି। ଏଇ ବର ଗଛ ମୂଳରେ ହେଉଛି ସରକାର ଙ୍କର ମୋ ଅଙ୍ଗନବାଡି କେନ୍ଦ୍ର। ଆଜି ବର୍ଷା ଝଡ଼ ବାତ୍ୟା ଖରା ହେଲା ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ। ଏମିତି ଅବ୍ୟବସ୍ଥା ଘେର ରେ ଚାଲିଛି ଗୋପୀନାଥପୁରର କୈବତ୍ର ସାହି ର ଅଙ୍ଗନବାଡି କେନ୍ଦ୍ର। ବଡମ୍ବା ବ୍ଲକ ରେ ପାଖାପାଖି ୧୫ ରୁ ୩୦ ଟି ଅସ୍ଥାୟୀ ଘରେ ଅଙ୍ଗନବାଡ଼ି ଚାଲିଥିବାର ମଧ୍ୟ ତଥ୍ୟ ରହିଛି। ସେଠି ମଧ୍ୟରୁ ଅନେକ ସ୍ଥାନରେ କିଛି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ କରି ଶିକ୍ଷକ ମାନେ ଘରେ ରହି ସରକାରୀ ଦରମା ନେଉଥିବାର ମଧ୍ୟ ଜଣାପଡିଛି। ତେବେ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି। : ଖାଲି ସେତିକି ନୁହେଁ ଏହି ଅଙ୍ଗନବାଡି କେନ୍ଦ୍ର ରେ ୨୦୦୯ ମସିହା ରେ ଦୁଇ ଜଣ ଅଙ୍ଗନବାଡି ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି କରାଯାଇଥିଲା। ତେବେ ତାଙ୍କ ମଧ୍ୟ ରୁ ଜଣେ ଶିକ୍ଷୟତ୍ରୀ ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିଥିବାରୁ ତାଙ୍କୁ ଚାକିରୀ ରୁ ବହିଷ୍କାର କରାଯାଇଥିଲା ଏବଂ ଅନ୍ୟ ଜଣେ ଶିକ୍ଷୟତ୍ରି ମଧ୍ୟ ସରକାର ଙ୍କର ତୃପ୍ତି ସଂଘଠନ ରେ କାର୍ଯ୍ୟ କରୁଥିବା ବେଳେ ଆଜି କୁ ପ୍ରାୟ ୧୨ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ର ରେ କେବଳ ରୋଷେୟା ସମ୍ଭାଳି ଆସୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ କେହି ବି ଶୁଣୁ ନଥିବା ଅଭିଯୋଗ ହେଉଛି। ତେବେ ଏନେଇ ବଡମ୍ବା ଶିଶୁ ସମନ୍ୱୟ ବିକାଶ ବିଭାଗର ସିଡ଼ିପିଓ ପ୍ରମିଳା ଦେଇ କହିଥିଲେ କିପରି ନୂତନ ଅଙ୍ଗନବାଡି କେନ୍ଦ୍ର ତିଆରି ହୋଇ ପାରିବ ସେ ନେଇ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ହେଲେ ଦେଖିବାକୁ ବାକି ରହିଲା କେବେ ଏହି ଛୋଟ ଶିଶୁ ମାଙ୍କ ପାଇଁ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More