ଜଗତସିଂହପୁର(ସଂଘର୍ଷ ମିଡିଆ) :ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ଆଳିପିଙ୍ଗଳ ସ୍ଥିତ ଗୋପାଳଜୀଉ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ନବ ନିର୍ବାଚିତ ପରିଚାଳନା ପରିଷଦ ସଭ୍ୟ ସଭ୍ୟା ମାନଙ୍କୁ ସ୍ଥାନୀୟ ବେଲବଣ ମଠ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୋପାଳଜୀଉ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସୁବାଷ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସମିତିର ସମସ୍ତ ନବ ନିର୍ବାଚିତ ପରିଷଦର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିବା ସହିତ ସମ୍ବର୍ଦ୍ଧିତ ହୋଇଥିଲେ। ସମ୍ବର୍ଦ୍ଧନା ସଭା ପରେ ସମିତିରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ କର୍ମଚାରୀ ଙ୍କ ଦରମା ବୃଦ୍ଧି କରାଯାଇଥିଲା। ଆଗାମୀ ଦିନରେ ଚାଷୀ ମାନଙ୍କ ଠାରୁ କିଭଳି ସୁବିଧାରେ ଧାନ କ୍ରୟ କରାଯାଇ ପାରିବ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ର ଲାଭ କିଭଳି ସ୍ଥାନୀୟ ଚାଷୀ ମାନେ ପାଇପାରିବେ ଏବଂ ସମିତିର ନୂତନ ଗୃହ କିଭଳି ଯଥାଶୀଘ୍ର ନିର୍ମାଣ କରାଯାଇ ପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ତେବେ ଆଜିର ଏହି ବୈଠକରେ ସମିତିର ଉପ ସଭାପତି ବନିତା ସାହୁ, ସଭ୍ୟା ବନଲତା ଦାସ, ନିହାର ବାଳା ଜେନା, ସଂଯୁକ୍ତା ଦାସ, ସଭ୍ୟ ଶଙ୍କର ଚରଣ ସେଠୀ, ଉଲ୍ଲାସ କାବୁ, ଧନେଶ୍ୱର ସାହୁ, ସୁଶାନ୍ତ ମଲ୍ଲିକ, ବିଶ୍ୱନାଥ ଜେନା, ଅକ୍ଷୟ କୁମାର ଜେନା, ବିପିନ ବିହାରୀ ରାଉତ, ଯଚିନ୍ଦ୍ର ସ୍ୱାଇଁ ଏବଂ କାଶୀନାଥ ବାରିକ ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ କୁ ସମିତିର ସଂପାଦକ ରମେଶ ଚନ୍ଦ୍ର ସାହୁ,ସହ ସମ୍ପାଦକ ଅଜିତ ପ୍ରସାଦ ମହାନ୍ତି, ଡିଇଓ ମାନସୀ ସାହୂ, ଶୁଭଦର୍ଶନ ରଥ ପ୍ରମୂଖ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।