ନବରଙ୍ଗପୁର(ସଂଘର୍ଷ ମିଡିଆ )- ନବରଙ୍ଗପୁର ର ଗାଦବାଗୁଡା ନିବାସୀ ଗୋପାଳ କୃଷ୍ଣ ମହାପାତ୍ର ଙ୍କ ନବରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ସତାଅଶୀ ତମ ଜନ୍ମ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି l ଏହି ଅବସରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଶ୍ରମର ମୁଖ୍ୟ ନିଲମ ଦିଦି, ସମସ୍ତ ଆଶ୍ରମ କର୍ମକର୍ତ୍ତା ଓ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ବିଜୟ କୁମାର ମହାପାତ୍ର, ଗଣେଶ ଦାସ, ନରହରି ମହାପାତ୍ର, ଧନଞ୍ଜୟ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟାପକ ବନ ବିହାରୀ ଦାଶ, ପ୍ରମୂଖ ଅଂଶ ଗ୍ରହଣ କରିଥିଲେ l ଶ୍ରୀ ମହାପାତ୍ର ଜଣେ ବରିଷ୍ଠ କିରାଣୀ ଭାବେ ଜିଲ୍ଲା କାର୍ଯ୍ୟାଳୟରୁ ଅବସର ନେଇ ସେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି l ଜିଲ୍ଲାର ଅନେକ ଅନୁଷ୍ଠାନ ସହ ଜଡିତ ହୋଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି l ତାଙ୍କର ପୈତୃକ ଗ୍ରାମ ଝରିଗୁମ୍ମା ରେ ସେ ବିଦ୍ୟାଳୟ ସ୍ଥାପନ ଓ ମନ୍ଦିର ନିର୍ମାଣ ରେ ସକ୍ରିୟ ଭୂମିକା ନେଇ ଥିବା ବେଳେ ଓମ୍ ଶାନ୍ତି ଆଶ୍ରମ ର ନମିତା ଓ ରାକ୍ଷୀ ଦିଦି ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l