ଗୋପରେ କେନାଲ ବନ୍ଧରେ ଗଳିଆ ଯୋଗୁଁ ଦୁଇ ଶହ ଏକର ରବି ଫସଲ ନଷ୍ଟ

129

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) ” – ଗୋପରେ କେନାଲ ବନ୍ଧରେ ଗଳିଆ ଯୋଗୁଁ ଦୁଇ ଶହ ଏକର ରବି ଫସଲ ନଷ୍ଟ l ଶତାଧିକ ଚାଷୀଙ୍କ ଦ୍ଵାରା ଗୋପ ଜଳ ସମ୍ପଦ କାର୍ଯ୍ୟାଳୟ ଆଗରେ ଧାରଣାଗୋପ ନିମାପଡା ଠାରୁ ଗୋପ ଦେଇ ପ୍ରଭାହିତ ମୁଖ୍ୟ କେନାଲର ବାମ ପାର୍ଶ୍ଵରେ ଗଳିଆ ହେତୁ ଦୁଇ ଶହ ଏକର ଚାଷ ଜମି ପୁରାପୁରି ଜଳ ମଗ୍ନ ହୋଇ ରବି ଫସଲ ନଷ୍ଟ ହେବାକୁ ବସିଲାଣି l ଜଳ ସମ୍ପଦ ଓ କୃଷି ବିଭାଗ ଅବହେଳା ଓ ଖାମଖ୍ଆଲ ମନୋଭାବ ଯୋଗୁଁ ଗୋପ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହୋଇଥିବା ରବି ଫସଲରେ କେନାଲ ପାଣି ମାଡି ଫସଲ ନଷ୍ଟ ହେବା ଆଶଙ୍କା ଦେଖ ଦଖାଦେଇଛି । ପୂର୍ବରୁ ବାମନାଳ ଓ ତାର ନିକଟବର୍ତ୍ତୀ ବର୍ତ୍ତୀ ୧୫ଟି ଗ୍ରାମରେ ହୋଇଥିବା ପ୍ରାୟ ୪୦୦ ଏକର ରବି ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରତି ଚାଷୀମାନେ ହତାଶ ହୋଇପଡିଛନ୍ତି । ଠିକ ସେହିପରି ଗୋପର ମୁଖ୍ୟ କେନାଲର କୁସୁପୁର ନିକଟସ୍ଥ ବାହାଣିଆ ଠାରେ ଏକ ଗଳିଆ ପଡିବାରୁ ପ୍ରାୟ ଦୁଇଶହ ଏକର ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି l ଗୋପରେ ଭାରତୀୟ କୃଷକ ମୋର୍ଚାର ସାଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ରବି ଫସଲକାରୀ ଚାଷୀମାନେ ଅଭିଯୋଗ କରିଛନ୍ତି ବର୍ତମାନ ସମୟରେ କେନାଲରେ କେଉଁ କାରଣରୁ ପାଣି ଛଡା ଗଲା ତାହାର ତଦନ୍ତ କରାଯାଉ ଏବଂ ବନ୍ଧର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଉକ୍ତ ବନ୍ଧକୁ ଅନେକଥର ମରାମତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରଦା ସତ୍ତ୍ୱେ ଉକ୍ତ ବନ୍ଧରେ କିପରି ଗଳିଆ ପଡିଲା ? ଆହୁରି ମଧ୍ୟ ଶୁଣିବା ମୁଳୁଛି ଆଗାମୀ ଦିନରେ ଉକ୍ତ ବନ୍ଧଟି ଗୋପର ଟ୍ରାଫିକ ସମସ୍ୟାର ସମାଧାନ କରିବ ବୋଲି 9 କୋଟି ତାଙ୍କର ବ୍ୟୟ ବରାଦ ହୋଇଛି l ଏହା ଦ୍ଵାରା ଏକ ବାଇପାସ ହେଵ ଯାହାଫଳରେ କି ଗୋପ ବଜାରରେ ଆଉ କୌଣସି ମତେ ଟ୍ରାଫିକ ସମସ୍ୟା ଉପୁଜିବନୀ l ଏଥିରୁ ସ୍ପଷ୍ଟ ଜଣାପଡୁଛି ଉକ୍ତ ବନ୍ଧଟି କେତେ ସୁରକ୍ଷିତ ଅବସ୍ଥାରେ ରହିଛି ସାମାନ୍ୟ ଗଳିଆ ଯଦି କେଉଁଠି ପଡୁଛି ତାର ସମାଧାନ ହୋଇପାରୁନି ଏବେ ଚାଷୀଙ୍କ ରବି ଫସଲ ଯେଉଁଭଳି ନଷ୍ଟ ହେଲା ତାର କ୍ଷତି ପୁରୁଣ କିଏ ଦେବ ? ଏଣୁ ଚାଷୀ ମାନେ କ୍ଷତିପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିକଟରେ ଦାବି କରିଛନ୍ତି । କୁସୁପୁରର ବାହାଣିଆ,ଜିରୀକଣା, ପାଣି ସାହି, ମଠ ସାହି ମହାନ୍ତି ସାହି, ଖଡ଼ିସ ଆଦି ଅଞ୍ଚଳର ଚାଷୀମାନେ ଆଜି ଗୋପ ଠାରେ ଥିବା ଜଳ ସେଚନ ବିଭାଗର କାର୍ଯ୍ୟାଳୟକୁ ଶତାଧିକ ଚାଷୀ ଘେରାଉ କରିଛନ୍ତି । ବର୍ତମାନ ରବି ଫସଲକାରୀ ଚାଷୀ ଙ୍କର ଯେଉଁ କ୍ଷତି ହୋଇଛି ତାର କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ ବୋଲି ଆନ୍ଦୋଳନକାରୀ ଙ୍କ ପକ୍ଷରୁ ପ୍ରଶାନ୍ତ କୁମାର ସ୍ୱାଇଁ ଓ ରମେଶ ଚନ୍ଦ୍ର ସାହୁ ଏବଂ କାନ୍ଦୁରି ବିଶ୍ୱାଳ ଆଦି ଚାଷୀମାନେ କ୍ଷତି ପୁରାଣ ପାଇଁ ସାମୁହିକ ଦାବୀ କରିଛନ୍ତି l ଜଳ ସମ୍ପ ବିଭାଗ ଅଧିକାରୀମାନେ ଅନେକଥର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ କରି ଆସୁଥିଲେ କିନ୍ତୁ ତାହା ବାସ୍ତବରେ କାଗଜ କଲମରେ ବୋଲି ଚାଷୀମାନେ କହିଛନ୍ତି । ଆହୁରି ମଧ୍ୟ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଏଠାରେ ବିଭାଗୀୟ ଅଧିକାରୀ କେତେବେଳେ କାର୍ଯ୍ୟାଳୟରେ ରୁହନ୍ତି ନାହିଁ l ଏହାର ଯଥାଶୀଘ୍ର ସ୍ଥାୟୀ ପ୍ରତିକାର ସହିତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରୁଣ ପ୍ରଦାନ କରାଯାଉ ନଚେତ ଆଗାମୀ ଦିନରେ ନିମାପଡା କୋଣାର୍କର ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More