ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ ପାଳିତ

21

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଉତ୍କଳମଣି ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୩ତମ ଜୟନ୍ତୀ ପାଳିତ ହୋଇଛି । ଜିଲ୍ଲାପାଳ ଶ୍ରୀ ବଲ‍ୱନ୍ତ ସିଂ ସିଂହଦ୍ଵାରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ପରେ ଜିଲ୍ଲାପାଳ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ମାଲ୍ୟାର୍ପଣ କରିବା ସହ ଉତ୍କଳମଣିଙ୍କ ସ୍ମୃତିଚାରଣ କରିଛନ୍ତି । ଏହି ଅବସରରେ ଗୋପବନ୍ଧୁଙ୍କ ଅଣନାତି ଶ୍ରୀ ଧିରେନ୍ଦ୍ର ଦାଶ, ଶ୍ରୀ ଦେବେନ୍ଦ୍ର ଦାଶ ଓ ଅନ୍ୟ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସିଂହଦ୍ଵାରଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପ ଜିଲ୍ଲପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୁରବୀର ସିଂ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର କର୍ମକର୍ତ୍ତା ଶ୍ରୀ ଶରତ ଜୟସିଂ, ଶ୍ରୀ ଗୋବିନ୍ଦ ପ୍ରସାଦ ମହାନ୍ତି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀ ସୌମେନ୍ଦ୍ର ଦାସ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ବକୁଳବନ ନିକଟସ୍ଥ ସମାଧିପୀଠ, ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ପ୍ରତିମୂର୍ତ୍ତିରେ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । କୋଭିଡ କଟକଣା ଓ ସାମାଜିକ ଦୂରତ୍ବ ପାଳନ କରି ଉକ୍ତ ଜୟନ୍ତୀ ପାଳିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More