ଗୋଦାମରୁ ୮୫ ବସ୍ତା କାଜୁ ମଞ୍ଜି ଚୋରି ଅଭିଯୋଗ

26

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସୋରିଶ ପଦର ଗ୍ରାମ ରେ ଥିବା ଅବଦୁଲ ସତାର ଖାନ ବ୍ୟବସାୟୀଙ୍କ ଗୋଡାଉନରେ ଥିବା କାଜୁ ମଞ୍ଜି ବସ୍ତା ଚୋରି ହୋଇ ଯାଇଥିବା ସୁଚନା ମିଳିଛି ! ସୂଚନା ଅନୁଯାଇ ସତାର ଖାନ ଜଣେ କାଜୁ ବ୍ୟବସାୟୀ ଅକ୍ଟୋବର ମାସରେ ୨୬୧ ବସ୍ତା କାଜୁ ମଞ୍ଜି କିଣି ନିକଟରେ ଥିବା ତାଙ୍କ ପୁତୁରା ମନାଫୋ ଖାଁଙ୍କ ଘରେ ଥିବା ଗୋଦାମରେ ରଖିଥିଲେ ତାଙ୍କ ଘରେ ବିବାହ କାର୍ଯ୍ୟ ବ୍ୟସ୍ତ ଥିବା ଦ୍ଵାରା କିଛି ଦିନ ଗୋଦାମ ଯାଇ ନ ଥିଲେ ! ପରେ ୨୯ ତାରିଖ ଦିନ ସକାଳ ୭ ଘଣ୍ଟା ସମୟରେ ମନାଫ ଗୋଦାମରେ ଯାଇ ଦେଖୁଛନ୍ତି କି ଗୋଦାମ ର ତାଲା ଖୋଲା ପଡିଛି ଆଉ ୮୫ ବସ୍ତା କାଜୁ ଚୋରି ହୋଇ ଯାଇ ଥିବା ଜଣାପଡିଛି,ପାଖାପାଖି ଏହାର ମୂଲ୍ୟ ୪ରୁ ୫ ଲକ୍ଷ ହେବ , ପରେ ସମସ୍ତ କାମ କରିଥିବା ବ୍ୟକ୍ତି ମାନଙ୍କୁ ପଚାରି ଥିଲେ ମଧ୍ୟ କିଛି ଜଣା ପଡି ନ ଥିଲା ,ପରେ ଦେଖିବାକୁ ପାଇଲେଜେ ୭ ଫୁଟ କାନ୍ଥରୁ ଚୋରମାନେ ଆସି ବସ୍ତାକୁ କାନ୍ଥ ପାର କରିଛନ୍ତି, ଏହା ଦେଖି ସତାର ଖାନ ପାପଡାହାଣ୍ଡି ଥାନାରେ ଯାଇ ଏଫ୍ଆଇଆର ଦର୍ଜ କରାଇ ଥିଲେ ଏହା ପରେ ପୋଲିସ ମାମଲା ରୁଜୁ କରି କେସ ନମ୍ବର ୨୦୨/୨୦୨୨ ରୁଜୁ କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ୍ ମହନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More