ଗୋଚର ଜମିରେ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ବିରୋଧ

13

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକ କାକୁଡ଼ିଆ ଗ୍ରାମରେ ଗୋଚର ଜମି ଉପରେ ଅଙ୍ଗନବାଡି ଘରକୁ ନେଇ ଉଠିଛି ବିବାଦ। ଘଟଣାରୁ ପ୍ରକାଶଯେ କାକୁଡ଼ିଆ ଗ୍ରାମର ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ କେମିତି ଜାଣି ପାରିଲେନିଯେ ଗୋଚର ଜମିରେ ଅଙ୍ଗନବାଡି ଘର ତିଆରି କରିବା ଏକ ବେଆଇନି ବୋଲି । ବ୍ଲକ ପ୍ରଶାସନକୁ ଅଭିଯୋଗ ପରେ ଏହି କାମ ଏବେ ବନ୍ଦ ହୋଇଥିବାର ସୂଚନା ଦେଇଥିଲେ ସରପଞ୍ଚ ।ଏହାକୁ ନେଇ ଏହି ଘର ବିବାଦ ଘେରରେ ଛନ୍ଦି ହୋଇ ପଡିଛି । ବର୍ତ୍ତମାନ ନରସିଂହପୁରରେ ଏହି ଗୋଚର ଜାଗାକୁ ନେଇ କେଉଁଠି ରାସ୍ତା , ଘର , ଜାଗାକୁ ନେଇ ସାହି ସାହିରେ ବିବାଦ ଦେଖା ଦେଇ ଥାନାରେ ଯାଇ ମାମଲା ପହଂଚିଛି । ପ୍ରକାଶ ଥାଉକି ବ୍ଲକ ପ୍ରଶାସନ କେମିତି କନିଷ୍ଠ ଯନ୍ତ୍ରୀ କାମ ଦେବା ପୂର୍ବରୁ ଏହାର ତଦାରକ କରି ଜାଗା ନିରୂପଣ କରିଲେ ଓ କାହା ଚାପରେ ଏହିଭଳି କାମ ଚାଲିଛି ନରସିଂହପୁର ବ୍ଲକ କାର୍ଯ୍ୟାଳୟରେ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନରସିଂହପୁର ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More