ଗୋକୁଳାନନ୍ଦ ମହାନ୍ତିଙ୍କ ସ୍ମୁତି ଉଦ୍ଦେଶ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

35

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : – ସ୍ଵାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ଶ୍ରାଦ୍ଧ ଉଛବ ଉପଲକ୍ଷେ ପୁରୁଣା ବଜାର ମଲ୍ଲିକ ମୈଦାନ ଠାରେ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନେତୃତ୍ବରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର କେରକାଟା ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମାଧ୍ଯମେ ୧୪ ମହଲା କମିଟିର ସଭାପତି ମହମ୍ମଦ ଅବଦୁଲ ବାରି, ସୁଧାକର ରାଉତ, ଅବଦୁଲ ଫାରୁକ ପ୍ରମୁଖ ଯୋଗଦେଇଥିଲେ । କଟକରୁ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବା ସହ ମାଗଣାରେ ରୋଗୀମାନଙ୍କୁ ଔଷଧ ବଣ୍ଟନ କରା ଯାଇଥିଲା । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ବହୁ ଲୋକ ଉପକୃତ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More