କଲମପୁର(ସଂଘର୍ଷ ମିଡିଆ) : ଶନିବାର ଭୋରରୁ ଦୁଲକିବନ୍ଧ ଚଞ୍ଚରାପଡାକୁ ଫେରିଲା ଗୋଆ ଠାରେ ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକର ମୃତଦେହ। ଶୁକ୍ରବାର ପୁଲିସ ଏବଂ ପ୍ରଶାସନ ନିକଟରେ ଆକୁଳ ନିବେଦନ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକ କରିଥିଲେ। ଯାହାକୁ ଗୁରୁତ୍ୱ ସହ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚା କରି ମୃତଦେହ ଫେରାଇଆଣିବା ପାଇଁ ବ୍ୟବସ୍ତା କରିବାକୁ ଆଲୋଚନା କରିଥିଲେ। ସମ୍ପୃକ୍ତ ସଂସ୍ଥା ସହ ଶ୍ରମ ବିଭାଗ ଆଲୋଚନା କରିବା ପରେ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ଗୋଆରୁ ରାୟପୁର ଏବଂ ପରବର୍ତ୍ତି ସମୟରେ ଅନ୍ୟ ଏକ ଆମ୍ବୁଲେନ୍ସ ସହାୟତାରେ ରାୟପୁରରୁ କଲମପୁର ଥାନା ଅଧିନସ୍ଥ ଦୁଲକିବନ୍ଧ ଚଞ୍ଚରାପଡାକୁ ମୃତଦେହ ଅଣାଯାଇଥିଲା।