ଗୁଳିମାଡ ଘଟଣାର ୨୪ଘଣ୍ଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଛି ବୋମାମାଡ

17

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଅଶାନ୍ତ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର । ଗତକାଲି ରାତିରେ ଗୁଳିମାଡ ଘଟଣାର ୨୪ଘଂଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଛି ବୋମାମାଡ । ପୁରୀ ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରେ ହୋଇଚି ବୋମାମାଡ। ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ବିଜୟ ଖୁଣ୍ଟିଆଙ୍କ ଘରର କାଚ ଭାଙ୍ଗିଯାଇଛି। 2 ଜଣ ବ୍ୟକ୍ତି ଆସି ଏହି ବୋମାମାଡ କରିଥିବା ବିଜୟ ଅଭିଯୋଗ କରିଛନ୍ତି । ବିଜୟଙ୍କ କହିବା କଥା ଗତ 3 ବର୍ଷ ତଳେ ତାଙ୍କ ପୁଅକୁ କିଛି ବ୍ୟକ୍ତି ହତ୍ୟା କରିଥିଲେ । ସେହି ଅଭିଯୁକ୍ତ ମାନକ ମାମଲା କୋର୍ଟରେ ଚାଲିଚି। ଆସନ୍ତା ମାସ 10 ତାରିଖରେ ଏହି ମାମଲାରେକୁ ନେଇ ସାକ୍ଷ୍ୟ ଗ୍ରହଣ ରହିଚି। ତେବେ ଏହା ପୁର୍ବରୁ ତାଂକ ପରିବାରକୁ ଭୟଭୀତ କରିବା ପାଈଁ ସେହି ଅଭିଯୁକ୍ତଙ୍କ କିଛି ସାଥୀ ଏହି ବୋମାମାଡ଼ କାର୍ଯ୍ୟ କରିଚନ୍ତି।ସେ ଓ ତାଙ୍କ ପରିବାର ପ୍ରତି ବିପଦ ରହିଚି। ତାଙ୍କ ପରିବାରକୁ ଜିବନରେ ମାରିଦେବାକୁ କିଛି ଅପରାଧୀ ଟାର୍ଗେଟ ରଖିଛନ୍ତି। ତେବେ ପୋଲିସ୍ ଉକ୍ତ ଅପରାଧୀଙ୍କୁ ତୁରନ୍ତ ଧରିବାକୁ ବିଜୟ ଦାବୀ କରିଛନ୍ତି। ଏହି ବୋମାମାଡ ଘଟଣାକୁ ନେଇ ମୁକୁନ୍ଦମିଶ୍ର ନଗର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଚି। ଦିନ ଦ୍ଵୀ ପ୍ରହର 2 ଟା 30ରେ ଅପରାଧୀ ମାନେ ବୋମାମାଡ କରି ପୁରୀ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି। ଗତକାଲି ସଂଧ୍ୟା ବେଳେ ପୁରୀ ରେଡକ୍ରସ ରୋଡରେ ବ୍ୟବସାୟୀ ସୋମନାଥ ସାହୁଙ୍କୁ କିଛି ଦୂର୍ବୁତ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ। ପରେ ସୋମ ନାଥ ଙ୍କୁ ଗୁରୁତର ଅବସ୍ଥା ରେ ଅଧିକ ଚିକିତ୍ସା ପାଇଁ କଟକ ମେଡ଼ିକାଲ ରେଫର କରାଯାଇଥିଲା। ପୁର୍ବ ଶତୃତା କୁ ନେଇ ଏହି ହତ୍ୟା ଉଦ୍ୟମ ହୋଇଥଲା। ତେବେ ଏହି ଘଟଣାରେ ଅଭିଯୁକ୍ତ ଙ୍କୁ ପୋଲିସ୍ ଧରିବାରେ ସଫଳ ହୋଇ ପାରିନଥିବା ବେଳେ ପୁଣି ଆଜି ମୁକୁନ୍ଦ ମିଶ୍ର ନଗର ବାସିନ୍ଦା ବିଜୟ ଖୁଣ୍ଟିଆଙ୍କ ଘରେ ବୋମାମାଡ ପୋଲିସ କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ପୁରୀ ରେ ଅପରାଧୀ ଙ୍କ ଉପରେ ଜିରୋ ଟୋଲେରାନ୍ସ ନିତୀ ପୋଲିସର ଥିବା ବେଳେ ଏହି ଦୁଇ ଘଟଣାରେ କେବେ ପୋଲିସ୍ ଅଭିଯୁକ୍ତଙ୍କୁ ଧରୁଛି ଏବଂ ପୁରୀରେ ମୁଣ୍ଡ ଟେକିଥିବା ଅପରାଧୀଙ୍କୁ କିଭଳି କାବୁ କରୁଚି ତାକୁ ଏବେ ସହରବାସୀଙ୍କ ଅପେକ୍ଷା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More